ଇସ୍ରାଏଲ ଜାହାଜରେ ଥିବା ୧୭ ଭାରତୀୟଙ୍କୁ ଭେଟିବାକୁ ଭାରତୀୟ ଅଧିକାରୀଙ୍କୁ ଅନୁମତି ଦେବାକୁ ଇରାନର ଘୋଷଣା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ସଫଳ କୂଟନୀତି ଯୋଗୁଁ ଗତ ମାସରେ କତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରାଯାଇଥିଲା। ଏବେ ଆଉ ଏକ କ୍ଷେତ୍ରରେ ଭାରତୀୟ କୂଟନୀତିର ସଫଳତା ଦେଖିବାକୁ ମିଳିଛି । ଇରାନ କବଜରେ ଥିବା ଇସ୍ରାଏଲୀ ଜାହାଜ ରେ ଥିବା ୧୭ ଭାରତୀୟଙ୍କୁ ସାକ୍ଷାତ କରିବାକୁ ଭାରତୀୟ ଅଧିକାରୀମାନଙ୍କୁ ଅନୁମତି ମିଳିବ । ଏ ନେଇ ଖୋଦ ଇରାନ ସରକାର ଘୋଷଣା କରିଛନ୍ତି । ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମୀର-ଅବ୍ଦୋଲ୍ଲାହିଆନ୍ ଏହି ପ୍ରସଙ୍ଗରେ କହିଛନ୍ତି ଯେ ମାଲବାହୀ ଜାହାଜରେ ଉପସ୍ଥିତ ଥିବା ୧୭ ଜଣ ଭାରତୀୟଙ୍କୁ ଭେଟିବାକୁ ଭାରତୀୟ ଅଧିକାରୀମାନଙ୍କୁ ଅନୁମତି ଦିଆଯିବ।

ସୂଚନାଯୋଗ୍ୟ, ଇସ୍ରାଏଲର ଏହି ମାଲବାହୀ ଜାହାଜକୁ ଇରାନ ଗତ ସପ୍ତାହରେ ନିଜ କବଜାକୁ ନେଇଥିଲା। ଏହି ଜାହାଜରେ ୧୭ ଜଣ ଭାରତୀୟଙ୍କ ସମେତ ମୋଟ ୨୫ ଜଣ ଅଛନ୍ତି ଏବଂ ଏଥିରେ ଜଣେ ମହିଳା ମଧ୍ୟ ଅଛନ୍ତି । ହୋର୍ମୁଜ୍ ଷ୍ଟ୍ରେଟ୍ ନିକଟରେ ଇରାନ୍ ଏହି ଇସ୍ରାଏଲ୍ ଜାହାଜକୁ କମାଣ୍ଡୋ ପଠାଇ କବଜା କରିଥିଲା । ଏହି କଥା ଜଣାପଡିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସକ୍ରିୟ ହୋଇଉଠିଥିଲା ଓ ଇରାନ ସହ ଯୋଗାଯୋଗ କରିଥିଲା ।

 

 

ସମ୍ବନ୍ଧିତ ଖବର