ଇସ୍ରୋର ମିସନ୍ ‘ସେଫ ଇଣ୍ଡିଆ’ : ମହାକାଶରୁ ଭାରତୀୟ ସୀମା ଓ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବ ଉପଗ୍ରହ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଦିଗରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ) ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଆତଙ୍କବାଦୀଙ୍କ ଆକ୍ରମଣଠାରୁ ଆରମ୍ଭ କରି ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ରୋ ଏକ ବଡ଼ ମିଶନ ଉପରେ ଗୁରୁତ୍ୱ ଦେଉଛି । ଆଉ ତାହା ହେଲା ‘ସେଫ ଇଣ୍ଡିଆ’ ମିଶନ୍ । ଚଳିତ ବର୍ଷ ଇସ୍ରୋର ଏକାଧିକ ସାଟେଲାଇଟ୍ ମହାକାଶକୁ ପଠାଇବାକୁ ଯାଉଛି, ଯାହା ପ୍ରତିରକ୍ଷା ବିଭାଗକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବ।

କାର୍ଟୋସାଟ-୩ (CARTOSAT-3) – ଏହି ସାଟେଲାଇଟକୁ ୨୫ନଭେମ୍ବର ୨୦୧୯ ସକାଳ ୯.୨୮ସମୟରେ ପିଏସଏଲବି ସି -୪୭ ଏକ୍ସେଲ ରକେଟ ଦ୍ୱାରା ଲଞ୍ଚ କରାଯିବ । ଏହି ଉପଗ୍ରହ ପୃଥିବୀରୁ ୫୦୯କିଲୋମିଟରର ଉଚ୍ଚତା ଉପରେ ପୋଲର ଆର୍ବିଟ ଚାରିପଟେ ବୁଲିବ । ଏହାର କ୍ୟାମେରା ଦୁନିଆର ସବୁଠାରୁ ଶକ୍ତିଶାଳୀ ସାଟେଲାଇଟ କ୍ୟାମେରା ହେବ । ହାତରେ ଥିବା ଘଣ୍ଟାର ସମୟ ମଧ୍ୟ ଦେଖିପାରିବ ଏହି ସାଟେଲାଇଟ୍ ।

ଜିସାଟ୍ -୧ GiSAT-1) – ଏହି ସାଟେଲାଇଟକୁ ଇସ୍ରୋ ପ୍ରଥମ ଥର ପାଇଁ ଲଞ୍ଚ କରିବ । ଡିସେମ୍ବର ଶେଷରେ ଏହାର ସମ୍ଭାବିତ ଲଞ୍ଚିଙ୍ଗ । ଏହା ଦ୍ୱାରା ଦୁଇଟି ଉପଗ୍ରହ ଛଡାଯିବ । ଯାହା ଭାରତ ସୀମାର ଫଟୋ ଉତ୍ତୋଳନ କରିବ । ଗୋଟେ ସାଟେଲାଇଟର ବୟସ ଦଶ ବର୍ଷ ହେବ । ଏହାର ଓଜନ ୨୧୦୦ କିଲୋଗ୍ରାମ । ଏହାକୁ ଜିଏସଏଲଭି ଏମକେ-୩ ରକେଟରେ ଲଞ୍ଚ କରାଯିବ । ଏହା ପ୍ରଥମ ପ୍ରତିରକ୍ଷା ଉପଗ୍ରହ ହେବ ଯାହା ଜିଓ  ଷ୍ଟେସନାରୀ ଆର୍ବିଟରେ ଗୋଟିଏ ଜାଗାରେ ସ୍ଥିର ରହି ଭାରତ ସୀମାର ସୁରକ୍ଷା ଉପରେ ଦୃଷ୍ଟି ଦେବ ।

First Post

ରିସାଟ-୨-ବିଆର୧ ଓ ୨ (RiSAT-2BR1 & 2BR2) – ଏହି ସାଟଲାଇଟ୍ ସମସ୍ତ ପରିସ୍ଥିତିରେ ପୃଥିବୀର ଫଟୋ ଉଠାଇବା ପାଇଁ ସକ୍ଷମ । ଏହି ଉପଗ୍ରହ ଜରିଆରେ ମହାକାଶରେ ଭୁପୃଷ୍ଠ ଉପରୁ ୩ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଫଟୋ ଉତ୍ତୋଳନ କରିପାରିବ । ଏହି ସିରିଜର ଉପଗ୍ରହକୁ ସୀମାର ସୁରକ୍ଷା ଏବଂ ଆତଙ୍କବାଦୀଙ୍କ ଦମନ କରିବା ପାଇଁ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ବିକଶିତ କରାଯାଇଥିଲା ।

ଏଥିସହ ପୂର୍ବରୁ ଇସ୍ରୋ ପଠାଇଥିବା ନିମ୍ନୋକ୍ତ ଉପଗ୍ରହ ପ୍ରତିରକ୍ଷା ଦିଗରେ ସହାୟକ ହୋଇଛି।

ମାଇକ୍ରୋସାଟ-ଆର (MICROSAT-R)  – ଏହି ଉପଗ୍ରହ ୨୪ ଫେବୃଆରି ୨୦୧୯ରେ ପିଏସଏଲଭି ସି -୪୪ ରକେଟରେ ଲଞ୍ଚ କରାଯାଇଥିଲା । ଏହାର ଭୂମିକା ହେଉଛି ଭାରତ ଭୂପୃଷ୍ଠର ଛବି ଉତ୍ତୋଳନ କରିବା । ଏହା ପୃଥିବୀରୁ ୨୭୪କିମିର ଉଚ୍ଚତା ଉପରେ ସନ-ସିଙ୍କୋନସ ପୋଲର ଆର୍ବିଟରେ ଘୂରି ବୁଲୁଛି ।

ଏମିସାଟ (EMISAT) – ଏହି ସାଟେଲାଇଟକୁ ୧ଏପ୍ରିଲ ୨୦୧୯ରେ ପିଏସଏଲବି-ସି ୪୫ରକେଟ ଦ୍ୱାରା ଲଞ୍ଚ କରାଯାଇଥିଲା । ଏହାର ଭୂମିକା ହେଉଛି ଇଲେକ୍ଟ୍ରୋମ୍ୟାଗନେଟିକ ସ୍ପେକ୍ଟ୍ରମ ଜରିଆରେ ଶତ୍ରୁର ବୈଦୁତିକ ଯନ୍ତ୍ରପାତି ଉପରେ ନଜର ରଖିବା । ୪୩୬କିଲୋଗ୍ରାମ ବିଶିଷ୍ଟ ଏହି ଉପଗ୍ରହ ୭୪୮କିମି ଉଚ୍ଚତାରୁ ସନ-ସିଙ୍କୋନଓ ପୋଲର ଅର୍ବିଟ ଚାରିପଟେ ଘୂରି ବୁଲୁଛି  ।

ରିସାଟ-୨ବି (RISAT-2B)  – ଏହି ସାଟେଲାଇଟକୁ ୨୨ମେ ୨୦୧୯ରେ ପିଏସଏଲବି-ସି ୪୬ ରକେଟ ସାହାଯ୍ୟରେ ଲଞ୍ଚ କରାଯାଇଥିଲା । ଏହାର ଭୂମିକା ହେଉଛି ରାଡାର ଆଧାରିତ ଚିତ୍ର ଉତ୍ତୋଳନ କରିବା । ଏହା ପୃଥିବୀ ଠାରୁ ୫୫୭କିଲୋମିଟର ଉପରେ ଭାରତ ଚାରିପଟେ ଘୁରୁଛି।

ସମ୍ବନ୍ଧିତ ଖବର