ଲୋକସଭା ନିର୍ବାଚନ ନଲଢ଼ିବାକୁ ନେଇ କିରନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଅନୁପମ ଖେର ମଙ୍ଗଳବାର ଏକ ନ୍ୟୁଜ ଆର୍ଟିକିଲ ସେୟାର କରିଛନ୍ତି। ଏଥିରେ ସେ ତାଙ୍କ ପତ୍ନୀ  ତଥା ଚଣ୍ଡିଗଡ଼ ସାଂସଦ କିରନ ଖେର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୂଚନା ଦେଇଛନ୍ତି। କିରନଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲେ ହେଁ ସେ ନିଜେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସମସ୍ତଙ୍କୁ ସ୍ପଷ୍ଟ ଭାବେ ସୂଚନା ଦେଇଥିଲେ।

କିରନ୍ ଖେର ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ଦୁଇ ମାସ ପୂର୍ବେ ମୁଁ ଦଳର ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲି। ଏହି ସମୟରେ ମୁଁ ଚଳିତ ନିର୍ବାଚନ ଲଢ଼ି ପାରିବି ନାହିଁ, ତେଣୁ ମୋତେ ପ୍ରାର୍ଥୀ କରିବ ନାହିଁ ‌ବୋଲି ଅନୁରୋଧ କରିଥିଲି। ଅନୁରେ‌ାଧ କ୍ରମେ ଦଳ ମୋତେ ପ୍ରାର୍ଥୀ କରିନାହିଁ।

ଅସୁସ୍ଥ ହେବା ପରେ ଚିକିତ୍ସା ପାଇଁ ମୋତେ ଏକ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇରେ ରହିବାକୁ ପଡ଼ିଥିଲା। ଭଗବାନଙ୍କ କୃପାରୁ ମୁଁ ସମ୍ପୂର୍ଣ୍ଣ ଭଲ ଅଛି । କିନ୍ତୁ ମୁଁ ସେହି ବର୍ଷ ଚଣ୍ଡିଗଡ଼ଠାରୁ ସମ୍ପୂର୍ଣ୍ଣ ଦୂରରେ ରହିଥିଲି। ବର୍ତ୍ତମାନ ମୁଁ ଚାହୁଁ ନାହିଁ ଯେ ମୋ ପାଇଁ ଦଳକୁ କୌଣସି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁ। ଆଶ କରୁଛି କିଛିଦିନର ବିଶ୍ରାମ ପରେ ପୁଣି ପୂର୍ବ ପରି ଦଳ ପାଇଁ କାମ କରିବି। ଏଥିପାଇଁ ମୁଁ ସମସ୍ତଙ୍କର ସମର୍ଥନ ଲୋଡ଼ୁଛି।

ସମ୍ବନ୍ଧିତ ଖବର