ଇରାନ୍ ଉପରେ ଆକ୍ରମଣ ପାଇଁ ଜୋରଦାର ଯୋଜନା କରୁଛି ଇସ୍ରାଏଲ୍‌

ନୂଆଦିଲ୍ଳୀ: ଚିନ୍ତା ବଢାଇ ଦେଇଛି ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ । ଦୀର୍ଘ ଦିନ ହେବ ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥଣ୍ଡା ପଡିନଥିବା ବେଳେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବିଶ୍ୱର ଚିନ୍ତା ବଢାଇଦେଇଛି । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲର ନଜର ଏବେ ଇରାନର ପରମାଣୁ ଠିକଣା ଉପରେ ରହିଛି ।

ମିଳିଥିବା ସୂଚନା ଆଧାରରେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ଏକ ବୈଠକ ଡକାଇଥିଲେ । ଏହି ବୈଠକରେ ଇରାନ୍ ଉପରେ ଜୋରଦାର ଆକ୍ରମଣ ପାଇଁ ଯୋଜନା କରାଯାଇଥିବା ଜଣାପଡିଛି । ସୂଚନା ଆଧାରରେ ଇସ୍ରାଏଲ୍ ଇରାନର ପରମାଣୁ ଠିକଣା ଉପରେ ଆକ୍ରମଣ କରିପାରେ।

ଇରାନ ପାଖରେ କେ.ଏଚ୍-୫୫ ଭଳି କ୍ରୁଜ୍ ମିଜାଇଲ୍ ରହିଛି, ଯାହାକି ପରମାଣୁ କ୍ଷମତା ବିଶିଷ୍ଟ ରହିଛି । ଏହି ମିଜାଇଲ୍ ୩ହଜାର କିଲୋମିଟର ଯାଏଁ ପରମାଣୁ ଅସ୍ତ୍ରକୁ ନେଇ ଆକ୍ରମଣ କରିବାରେ ସକ୍ଷମ ଅଟେ । ଏହା ଇରାନ୍ ପାଖରେ ସୋଜିଲ ନାମର ଏକ ଖତରନାକ୍ ମିଜାଇଲ୍ ରହିଛି । ଯାହା ୧୭ ହଜାର କିଲୋମିଟର ପ୍ରତି ଘଣ୍ଟା ବେଗରେ ୨୫୦୦ କିଲୋମିଟର ରେଡିଏସନରେ ଆକ୍ରମଣ କରିପାରିବ ।

ସେହିପରି ଯଦି ଆମେ ଇସ୍ରାଏଲ କଥା କହିବା, ତେବେ ଇସ୍ରାଏଲ ପାଖରେ ରହିଛି ୪.୮୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିପାରୁଥିବା ଜୋରିକୋ-୩ କଣ୍ଟିନେଟଲ ବାଲାଷ୍ଟିକ୍ ମିଜାଇଲ୍ । ଏହି ମିଜାଇଲ୍ ସାଢେ ସାତ ଶହ କିଲୋର ପରମାଣୁ ଅସ୍ତ୍ରକୁ ସାଙ୍ଗରେ ଧରି ଲକ୍ଷସ୍ଥଳରେ ଆକ୍ରମଣ କରିବାର କ୍ଷମତା ରଖିଛି । ଇସ୍ରାଏଲ ପାଖରେ ଆମେରିକାର ଅତ୍ୟାଧୁନିକ ଫାଇଟର୍ ଜେଟ୍ ଏଫ୍-୧୬ ବି ରହିଛି । ମିଳିଥିବା ସୂଚନା ଆଧାରରେ, ଇସ୍ରାଏଲ ପାଖରେ ପରମାଣୁ ଅସ୍ତ୍ରବି ରହିଛି । କିନ୍ତୁ ଇସ୍ତାଏଲ ପାଖରେ ପରମାଣୁ ଅସ୍ତ୍ର ରହିଛି ବୋଲି ଇସ୍ରାଏଲ କେବେ ସ୍ୱିକାର କରିନି । ତେବେ ଯୁଦ୍ଧ ଯଦି ଆଗକୁ ବଢେ ତେବେ ଭ୍ୟଙ୍କର ରୂପ ଧାରଣ କରିବ । ଆଉ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡିବ । ତେଣୁ ଏହି ଯୁଦ୍ଧକୁ ରୋକିବା ପାଇଁ ଭାରତ ସମେତ ଅନ୍ୟ ଦେଶମାନେ ମଧ୍ୟ ପ୍ରୟାସ କରୁଛନ୍ତି ।

ସମ୍ବନ୍ଧିତ ଖବର