ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଡନ ମୁଖତାର ଅନସାରୀ ମୃତ, ଜେଲରେ ଥିବାବେଳେ ଆସିଥିଲା ହୃଦଘାତ

ବାନ୍ଦା: ମାଫିଆ ଡନ୍ ମୁଖତାର ଅନସାରୀ  ମୃତ୍ୟୁବରଣ କରିଛି । ହୃଦଘାତ କାରଣରୁ ତାହାର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହା ପରେ ସମଗ୍ର ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି ହେବା ସହ ସୁରକ୍ଷାକୁ ବଢାଇଦିଆଯାଇଛି ।

ସୂଚନା ଅନୁସାରେ ଜେଲରେ ଥିବାବେଳେ ତାହାର ହୃଦଘାତ ହେବା କାରଣରୁ ସେ ଅଚେତ ହୋଇପଡ଼ିଥିଲା । ଅଚେତ ଅବସ୍ଥାରେ ଉଦ୍ଧାର ପରେ ଜେଲର ଡାକ୍ତରୀ ଦଳ ତାକୁ କଡ଼ା ସୁରକ୍ଷା ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ଦୁଇ ଦିନ ତଳେ ଜେଲରେ ମୁଖତାରର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାକୁ ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ତାକୁ  ହସ୍ପିଟାଲରୁ ଡିସଚାର୍ଜ କରି ପୁଣି ଜେଲ୍ ପଠାଇ ଦିଆଯାଇଥିଲା।

ଏହା ପୂର୍ବରୁ ମୁକ୍ତାରର ଖାଦ୍ୟରେ ବିଷ ମିଶାଯାଉଥିବା ତା ଭାଇ ତଥା ଗାଜିପୁରରୁ ବହୁଜନ ସମାଜ ପାର୍ଟି ସାଂସଦ ଅଫଜଲ ଅନସାରୀ ଅଭିଯୋଗ କରିଥିଲେ । ଅଫଜଲ କହିଛନ୍ତି ଯେ ଏ ସମ୍ପର୍କରେ ଖୋଦ ମୁଖତାର ତାଙ୍କୁ କହିଥିଲା । ତାଙ୍କ ଦାବି ଅନୁସାରେ  ମୁଖତାରକୁ ପ୍ରାୟ ୪୦ ଦିନ ତଳେ ବିଷ ଦିଆଯାଇଥିଲା ଏବଂ ନିକଟରେ ତାଙ୍କୁ ପୁଣି ଥରେ ବିଷ ଦିଆଯାଇଥିଲା, ବୋଧହୁଏ ମାର୍ଚ୍ଚ ୧୯ କିମ୍ବା ୨୨ ତାରିଖରେ, ଯାହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା ।

ସମ୍ବନ୍ଧିତ ଖବର