ମସାଜ ବାହାନାରେ ବିଦେଶିନୀଙ୍କୁ ଦୁଷ୍କର୍ମ; ଅଭିଯୁକ୍ତ ଗିରଫ

ଜୟପୁର: ଆୟୁର୍ବେଦିକ ମାଲିସ୍‌ ବାହାନାରେ ନେଦରଲ୍ୟାଣ୍ଡର ଜଣେ ମହିଳାଙ୍କୁ ଜୟପୁରରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଦୁଷ୍କର୍ମକାରୀ ଜଣକ ଜୟପୁର ସହରଛାଡି ପଳାୟନ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ହାତରେ ଗିରଫ ହୋଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ରାଜସ୍ଥାନର ଜୟପୁରରେ ନେଦରଲ୍ୟାଣ୍ଡର ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜୟପୁର ସହରର ଏକ ହୋଟେଲରେ ଘଟିଛି।

Representative Image: Health Guide

 

ପୁଲିସ ସୂଚନା ଅନୁଯାୟୀ, ସଂପ୍ରତି ରାଜସ୍ଥାନ ଗସ୍ତରେ ଆସିଥିବା ପୀଡିତା ନେଦରଲ୍ୟାଣ୍ଡର ମହିଳାଙ୍କୁ ଆୟୁର୍ବେଦିକ ମାଲିସ ଦେବା ବାହାନାରେ ତାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଘଟଣା ସଂପର୍କରେ ବିଦେଶିନୀ ମହିଳା ଜଣକ ସିନ୍ଧି କ୍ୟାମ୍ପ ପୁଲିସ ଷ୍ଟେସନରେ ଏକ ଅଭିଯୋଗ ଆଗତ କରିବା ପରେ ପୁଲିସ୍‌ ତ୍ୱରିତ୍‌ ବେଗରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ମାତ୍ର ଚାରି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରି ନେଇଥିଲା।

ଅଭିଯୁକ୍ତ ଜଣକ କେରଳର ବାସିନ୍ଦା। ସେ ଜୟପୁରର ଖଟିପୁରାରେ ମାଲିସ୍‌ ସେବା ପ୍ରଦାନକାରୀ ଭାବରେ କାର୍ଯ୍ୟ କରୁଥିଲା। ଏହି ଦୁଷ୍କର୍ମ ଘଟଣା ପରେ ସେ ଜୟପୁର ଛାଡ଼ି କେରଳ ପଳାୟନ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ତାକୁ ଗିରଫ କରି ନେଇଥିଲା। ଜୟପୁରର ଡିସିପି ୱେଷ୍ଟ ରିଚା ତୋମାର ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପୁଲିସ ଅଭିଯୁକ୍ତକୁ ଏବେ ପଚରାଉଚରା କରୁଛି। ଏଘଟଣା ସଂପର୍କରେ ଅଧିକ ଅନୁସନ୍ଧାନ ଚାଲିଛି।

ସମ୍ବନ୍ଧିତ ଖବର