ଟ୍ବିଟର କର୍ମଚାରୀଙ୍କୁ ମସ୍କଙ୍କ ଇମେଲ୍‌, ଘରୁ କାମ କରିବା ଅନୁମତି ନାହିଁ

ନୂଆଦିଲ୍ଲୀ : ଟ୍ବିଟରର ନୂଆ ମାଲିକ ଏଲନ ମସ୍କ କମ୍ପାନିର ପାଖାପାଖି ଅଧାଅଧି କର୍ମଚାରୀଙ୍କୁ ବିଦା କରିଛନ୍ତି। କର୍ମଚାରୀଙ୍କୁ ବିଦା କରିବାର କିଛିଦିନ ପରେ ଗତକାଲି ବିଳମ୍ବିତ ରାତିରେ ସେ କମ୍ପାନିର କର୍ମଚାରୀମାନଙ୍କୁ ପ୍ରଥମ ଇମେଲ୍‌ ପଠାଇଛନ୍ତି। ଏଥିରେ ସେ ଆଗକୁ ଜଟିଳ ସମୟ ଆସୁଥିବା କହିଛନ୍ତି।
ଅର୍ଥନୈତିକ ଦୃଶ୍ୟପଟ ସଂପର୍କରେ କିଛି ମିଠା କଥା କହିବାର ନାହିଁ। ବିଜ୍ଞାପନ ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ଟ୍ବିଟର ଭଳି କମ୍ପାନିଙ୍କ ଉପରେ ଏହାର କିଭଳି ପ୍ରଭାବ ରହିବ ତାହା ସେ ଏଥିରେ ସତର୍କ କରାଇ ଦେଇଛନ୍ତି। ଏଥିସହିତ ଘରେ ରହି କାମ କରିବାକୁ ଆଉ ଅନୁମତି ଦିଆଯିବ ନାହିଁ। କର୍ମଚାରୀମାନଙ୍କୁ ସପ୍ତାହକୁ ଅତିକମ୍‌‌ରେ ୪୦ ଘଣ୍ଟା କାମ କରିବାକୁ ପଡ଼ିବ। ତେବେ ଯେଉଁମାନଙ୍କୁ ରିହାତି ମିଳିବ ତାହାକୁ ସେ ନିଜେ ମଞ୍ଜୁର କରିବେ।

ସମ୍ବନ୍ଧିତ ଖବର