ସରକାର ମାନିଲେ, ଦେଶର ୩୭ ହଜାର ରେଳବ୍ରିଜ୍‌ ୧୦୦ ବର୍ଷ ପୁରୁଣା

ନୂଆଦିଲ୍ଲୀ: ଶହ ଶହ ବର୍ଷର ବ୍ରିଟିଶ ଶାସନ ଯୋଗୁଁ ସମୃଦ୍ଧଶାଳୀ ଭାରତ ଏକ ଗରିବ ଦେଶରେ ପରିଣତ ହୋଇଥିଲା । ଅନେକ ଅତ୍ୟାଚାର ସହିଥିଲେ ଭାରତବାସୀ । କିନ୍ତୁ ଏକଥା ସ୍ୱୀକାର କରିବାକୁ ହେବ ଯେ ବ୍ରିଟିଶମାନେ ଭାରତରେ ଯେଉଁ କେତୋଟି ଭଲ କାମ କରିଥିଲେ ତାହା ମଧ୍ୟରେ ଅନ୍ୟତମ ହେଉଛି ସାରା ଭାରତକୁ ରେଳବାଇ ଦ୍ୱାରା ସଂଯୋଗ କରିବା । ବ୍ରିଟିଶ ସରକାରଙ୍କ ଦ୍ୱାରା ସ୍ଥାପିତ ଭାରତୀୟ ରେଳ ଆଜି ପୃଥିବୀର ଏକ ବୃହତ ରେଳ ନେଟଓ୍ଵାର୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କ ଦ୍ୱାରା ସ୍ଥାପିତ ରେଳ ଧାରଣା, ରେଳ ପୋଲ ଉପରେ ଆଜି ମଧ୍ୟ ରେଳଗାଡ଼ି ଦୌଡୁଛି । ଦେଶରେ ଥିବା ପ୍ରାୟ ୩୭ ହଜାର ରେଳ ବ୍ରିଜ ପ୍ରାୟ ୧୦୦ ବର୍ଷରୁ ଅଧିକ ପୁରୁଣା ବୋଲି ଭାରତ ସରକାର ସ୍ୱୀକାର କରିଛନ୍ତି ।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋସାଇଁ କହିଛନ୍ତି ଯେ ସାରା ଦେଶରେ ଥିବା ପ୍ରାୟ ୩୭୧୬୨ଟି ରେଳବ୍ରିଜ ୧୦୦ ବର୍ଷ ପୁରୁଣା । ଏଥିରେ ଅନ୍ତର୍ଭୁକ୍ତ ରହିଛି ଉତ୍ତର ରେଳବାଇରେ ଥିବା ୮୬୯୧ଟି ରେଳବ୍ରିଜ, କେନ୍ଦ୍ରୀୟ ଜୋନର ୪୭୧୦ଟି, ପୂର୍ବାଞ୍ଚଳ ଜୋନର ୩୧୧୯ଟି, ଦକ୍ଷିଣ କେନ୍ଦ୍ରୀୟ ଜୋନର ୩୦୪୦ଟି ରେଳବ୍ରିଜ ।

ସମ୍ବନ୍ଧିତ ଖବର