ଭାରତୀୟ ସେନାର ଗତିବିଧି ସଂପର୍କରେ ତଥ୍ୟ ହାସଲଲାଗି ପାକିସ୍ତାନରୁ ଆସୁଛି ନକଲି ଫୋନ୍‌ କଲ୍‌

ବିକାନେର: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଜବାବ୍‌ରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ଏବେ ପାକିସ୍ତାନ ଚିନ୍ତିତ। ଏଣୁ ଏହି ପଡ଼ୋଶୀ ଦେଶ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରୁଛି। ଏବେ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଜାଗ୍ରତ ଥିବା ଭାରତୀୟ ସେନାର ଗତିବିଧି ସଂପର୍କରେ ସବିଶେଷ ତଥ୍ୟ ହାସଲ କରିବା ଲାଗି ଏବେ ନକଲି ଫୋନ୍‌ କଲ୍‌ କରିବା ଆରମ୍ଭ କରିଛି।

ପାକିସ୍ତାନ ଭାରତର ଆନ୍ତର୍ଜାତୀୟ ସୀମାରେଥିବା ପୁଲିସ ଥାନା,ରେଳ ଷ୍ଟେସନ୍‌ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ନକଲି ଫୋନ୍‌ କଲ୍‌ କରି ସୀମାରେ ଥିବା ବିଏସଏଫ୍‌ର ଗତିବିଧି ସଂପର୍କରେ ତଥ୍ୟ ହାସଲ କରୁଥିବା ଜଣାଯାଇଛି। ପାକିସ୍ତାନର ଇଣ୍ଟେଲିଜେନସ ଅପରେଟିଭ୍‌ (ପିଆଇଓ) ପକ୍ଷରୁ ସୀମାବର୍ତ୍ତୀ ବିକାନେର୍‌ ଜିଲ୍ଲାରେ ଦୁଇଟି ପୁଲିସ ଥାନାକୁ ଫୋନ୍‌ କରାଯାଇଥିଲା।

ଏହାପରେ ବିକାନେର ପୁଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି ଓ ସୁରକ୍ଷା ଏଜେନ୍‌ସିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ପୁଲିସ୍‌ ଆଇ ଜି ମୀଣା କହିଛନ୍ତି ଯେ,ଏହା ହେଉଛି ପାକିସ୍ତାନର ପୁରୁଣା କୌଶଳ, ଯାହା ସଂପର୍କରେ ଭାରତୀୟ ପୁଲିସ ଭଲ ଭାବେ ଜାଣିଛି।

ସମ୍ବନ୍ଧିତ ଖବର