ଆତଙ୍କବାଦୀ ହୋଇଥିବା ଯୁବକମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବାକୁ ପାକିସ୍ତାନର ଉଦ୍ୟମ

ନୂଆଦିଲ୍ଲୀ : କିଛି ଦିନ ତଳେ ଭାରତର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ବା ସିଡିଏସ୍‌ ଜେନେରାଲ ବିପିନ ରାଓ୍ଵତ ଆତଙ୍କବାଦୀ ଚିନ୍ତାଧାରାରେ କବଳିତ ଯୁବକମାନଙ୍କୁ ଡିରେଡିକାଲାଇଜେନ କ୍ୟାମ୍ପରେ ରଖି ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । କିନ୍ତୁ ତାଙ୍କର ଏହି ବକ୍ତବ୍ୟକୁ ନେଇ କଂଗ୍ରେସ ଓ ଆଉ କିଛି ବିରୋଧୀ ଦଳ ସମାଲୋଚନା କରିଥିଲେ । ତେବେ ଖୋଦ ପାକିସ୍ତାନ ମଧ୍ୟ ନିଜ ଦେଶର ଯୁବକମାନଙ୍କୁ ଆତଙ୍କବାଦ ପଥରୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରୁଥିବା ଖବର ହସ୍ତଗତ ହୋଇଛି ।

ଗୁଇନ୍ଦା ସୁତ୍ରରୁ ମିଳିଥିବା ଖବର ଅନୁସାରେ ପାକିସ୍ତାନ ପକ୍ଷରୁ ପଞ୍ଜାବ, ବେଲୁଚିସ୍ତାନ, ଖ୍ଵାଇବର ପଖତୁନଖ୍ଵାବା ରାଜ୍ୟରେ ଡିରେଡିକାଲାଜେସନ କ୍ୟାମ୍ପ ଖୋଲି ଆତଙ୍କବାଦୀ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିବା ଯୁବକମାନଙ୍କୁ ମୁଖ୍ୟ ଧାରାକୁ ଫେରାଇଆଣିବାକୁ ଉଦ୍ୟମ କରଯାଉଛି । ଏହି ଡିରେଡିକାଲାଜେସନ କ୍ୟାମ୍ପଗୁଡ଼ିକର ସାଟେଲାଇଟ ଚିତ୍ର ହସ୍ତଗତ ହୋଇଛି । ପ୍ରତି କ୍ୟାମ୍ପର କ୍ଷମତା ୭୦୦ ରହିଛି । ଅଧିକରୁ ଅଧିକ ଯୁବକଙ୍କୁ ସେଠାକୁ ଆଣିବାକୁ ନୂଆ ନୂଆ କ୍ୟାମ୍ପ ଖୋଲାଯାଉଛି ।

ଏଥିରୁ ସଂଦେହ କରାଯାଉଛି ଯେ ପାକିସ୍ତାନ ମଧ୍ୟ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ଧୀରେ ଧୀରେ ସେମାନେ ଖୋଦ ପାକିସ୍ତାନକୁ ଗ୍ରାସିବାକୁ ପ୍ରସ୍ତୁତ ହେଲେଣି ।

ସମ୍ବନ୍ଧିତ ଖବର