ନୂଆଦିଲ୍ଲୀ : କୋଭିଡ୍ ଟିକାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶର ଲୋକମାନେ ଶ୍ରେୟର ହକଦାର ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଭାଷଣ ରଖି ସେ କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ମାନବଜାତିର ସେବା କରିଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ହକଦାର । ଅନ୍ୟପକ୍ଷରେ ଦେଶର ଯବାନମାନେ ଅତ୍ୟନ୍ତ କଠିନ ପରିସ୍ଥିତି, ପ୍ରବଳ ଥଣ୍ଡା, ତତଲା ମରୁଭୂମିରେ ସେମାନେ ନିଜର ପରିବାରଠାରୁ ଦୂରରେ ରହି ଦେଶମାତୃକାର ସେବା କରୁଛନ୍ତି । ଆମର ସୈନ୍ୟ ଓ ସୁରକ୍ଷାବଳ ଦେଶର ଟେକ ରଖିପାରିଛନ୍ତି । ସେମାନଙ୍କ ଯୋଗୁଁ ଦେଶବାସୀ ଶାନ୍ତିରେ ଶୋଇପାରୁଛନ୍ତି ।
ନିଜର ଏହି ଅଭିଭାଷଣରେ ରାଷ୍ଟ୍ରପତି ଗତ ଡିସେମ୍ବର ମାସରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଏହି ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବାତ, ତାଙ୍କ ପତ୍ନୀ ଓ ଅନ୍ୟ ୧୨ ଜଣ ପ୍ରାଣ ହରାଇଥଲେ ।
ଗତ ବର୍ଷ ଅଲିମ୍ପିକ୍ସରେ ଆମ କ୍ରୀଡ଼ାବିତମାନେ ଉତ୍ତମ ପ୍ରଦର୍ଶନ କରି ଏକ ଛାପ ଛାଡ଼ିଥିଲେ । ଏହା ଦେଶର କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରୁଛି ।