ବିରୋଧୀ ଦଳ ନେତା ପଦରୁ ତେଜସ୍ୱୀ ଯାଦବ ଇସ୍ତଫା ଦେବା ଉଚିତ: ଚିରାଗ ପାସଓ୍ଵାନ

ପାଟନା: ବିହାର ବିଧାନସଭାର ମୌସୁମୀ ଅଧିବେଶନରେ ବିରୋଧୀ ଦଳ ନେତା ତଥା ରାଜ୍ୟର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଦେଖିବାକୁ ମିଳିନାହିଁ। ଏହା ଶାସକ ଦଳର ଚିନ୍ତାର କାରଣ ବୋଲି କୁହାଯାଉଛି। ତେଜସ୍ୱୀ କାହିଁକି ବିଧାନସଭାକୁ ଆସୁନାହାଁନ୍ତି, ସେ ସଂପର୍କରେ ଆରଜେଡି ବିଧାୟକମାନେ ମୁହଁ ଖୋଲୁନାହାନ୍ତି।

photo-scroll.in

ଏଭଳି ପରିସ୍ଥିତିରେ ଲୋକ ଜନଶକ୍ତି ପାର୍ଟି(ଏଲଜେପି)ର ସାଂସଦ ଚିରାଗ ପାସଓ୍ଵାନଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଛି। ଚିରାଗ କହିଛନ୍ତି ଯେ ତେଜସ୍ୱୀ ଯାଦବ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବା ଉଚିତ। ଗତକାଲି ବିଧାନସଭା ଆରମ୍ଭ ହେବା ମାତ୍ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରବଣ କୁମାର ତେଜସ୍ୱୀଙ୍କ ଅନୁପସ୍ଥିତିର ପ୍ରସଙ୍ଗ ଉଠାଇଥିଲେ। ତା’ଆଗରୁ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦୀ ତେଜସ୍ୱୀଙ୍କ ବିଧାନସଭାରେ ଅନୁପସ୍ଥିତ ରହିବା ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ତେଜସ୍ୱୀ ଯାଦବ କିଛି ଦିନତଳେ ଟୁଇଟରରେ ସୂଚନା ଦେଇଥିଲେ ଯେ ସେ ଅସୁସ୍ଥତାଜନିତ ଚିକିତ୍ସା ପାଇଁ ରାଜନୀତିରୁ ସାମୟିକ ବିରତି ନେଇଥିଲେ।

ସମ୍ବନ୍ଧିତ ଖବର