ଟାଇମ୍ସ ନାଓ-ଭେଟୋ ଜନମତ: ୟୁପି, ଉତ୍ତରାଖଣ୍ଡ, ଗୋଆରେ ବିଜେପି;‌ ପଞ୍ଜାବରେ ଝୁଲା ସରକାର

ନୂଆଦିଲ୍ଲୀ : ଆସନ୍ତାମାସରୁ ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମଧ୍ୟରୁ ୩ଟି ରାଜ୍ୟରେ ବିଜେପି ଜିତିବା ସମ୍ଭାବନା ରହିଛି। ସେଗୁଡ଼ିକ ହେଲା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆ। ପଞ୍ଜାବରେ ଝୁଲା ସରକାର ହେବ। କିନ୍ତୁ ଆପ୍‌ ସର୍ବାଧିକ ଆସନରେ ଜିତିବ। ଟାଇମ୍ସ ନାଓ-ଭେଟୋ ଜନମତରେ ଏଭଳି ଆକଳନ କରଯାଇଛି।

ୟୁପିରେ ବିଜେପିର ଆସନ ସଂଖ୍ୟା ୩୧୨ରୁ ୨୪୧କୁ କମିଯିବ। ଅନ୍ୟପକ୍ଷରେ ଏସ୍‌ପିର ଆସନ ସଂଖ୍ୟା ୪୭ରୁ ୧୪୪କୁ ବଢ଼ିବ। ବିଏସପିକୁ ୧୧ଟି ଏବଂ କଂଗ୍ରେସକୁ ୯ଟି ଆସନ ମିଳିବ ବୋଲି କୁହାଯାଇଛି। ୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆପ୍‌ ୫୬ଟି, କଂଗ୍ରେସ ୪୪ଟି, ବିଜେପି ମେଣ୍ଟ୍ ୨ଟି ଏବଂ ଏସଏଡି ମେଣ୍ଟ ୧୩ଟି ଆସନରେ ଜିତିବା ସମ୍ଭାବନା ରହିଛି। ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ବିଜେପି ୪୭ଟି ଆସନରେ ଜିତିବ। ଏଠାରେ କଂଗ୍ରେସ ୧୪ଟି ଏବଂ ଆପ୍ ୭ଟି ଆସନ ହାସଲ କରିବ। ୪୦ ଆସନ ବିଶିଷ୍ଟ ଗୋଆରେ ବିଜେପି ୧୯ଟି, କଂଗ୍ରେସ ୫ ଏବଂ ଆପ୍‌ ୧୦ଟି ଆସନରେ ଜିତିବ।

ସମ୍ବନ୍ଧିତ ଖବର