ଅତିକ ସମେତ ତାର ଭାଇ ଓ ପୁଅର ଥିଲା ଏଭଳି କୋଡ ନାମ;ଜେଲ ଭିତରେ ଧରୁଥି‌ଲେ ଆଇଫୋନ

ନୂଆଦିଲ୍ଲୀ: ଉମେଶପାଲ ହତ୍ୟାକାଣ୍ଡକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସ‌ାମ୍ନ‌ାକୁ ଆସିଛି।ସାବରମତୀ ଜିଲ୍ଲାରେ ବନ୍ଦୀ ଥିବା ମାଫିଆ ଅତିକ ଅହମଦ ତାର ଭାଇ ଅସରଫ, ପୁଅ ଅସଦ ଓ ହତ୍ୟାକାଣ୍ଡରେ ସାମିଲ ସମସ୍ତ ଲୋକଙ୍କର କୋଡ ନାମ ଦିଆଯିବା ସହିତ ଆଇଫୋନ ବି ପ୍ରଦାନ କରାଯାଇଥିଲା।  ଅତିକ ନିଜ ପାଖରେ ଜେଲରେ ତିନିଟି ଆଇଫୋନ ରଖିଥିଲା।  ସମସ୍ତ ଅଭିଯୁକ୍ତ କୋଡ ନାମରେ ଆଇଡି ତିଆରି କରି କଥା ହେଉଥିଲେ।

ତେବେ ଅତିକର ଘରୁ  ଏକ ଡାଏରୀ ଜବତ ହୋଇଛି। ଯେଉଁଥିରେ ସମସ୍ତଙ୍କ କୋର୍ଡ ନାମ ଲେଖା ହୋଇଥିଲା। ବଡେ-୦୦୬ ଏହି ଫେସ ଟାଇମ ଆଇଡି ଓ କୋଡ ନାମ ଅତିକ ଅହମଦର ରହିଥିଲା। ସେହିପରି ଛାଟେ-୦୦୭ କୋଡ ନାମ ଅସରଫର ଥିଲା।  ଅନସ-ୟାଦବ00 ଅତିକର ପୁଅ ଅସଦର ରହିଥିଲା।

ଏକ୍ସୱାଇଜେଡଜେଡ୧୧୨୨ ଏହି କୋଡ ନାମ ଉମେଶ ପାଲ ହତ୍ୟାଘଟଣାରେ ସାମିଲ ଥିବା ନିୟାଜର ଥିଲା। ବିହାର ଟାୱାର ଏହି କୋଡ ସୁଟର ଅରମାନାର ରହିଥିଲା।ଆଡଭୋ୦୧୦ ଏହି କୋଡ ନାମ ଅତିକର ଓକିଲ ଖାନ ସୌଲନ ହନିଫର ଥିଲା। ପତଲେ-୦୦୯ ଏହି କୋଡ ନାମ  ଜେଲରେ ବନ୍ଦୀ ଅତିକର ପୁଅ ଅଲିର ରହିଥିବା ଜଣାପଡ଼ିଛି।

ଅର୍ଥାତ ଏହା ସ୍ପଷ୍ଟ ହେଉଛି କି, ଉମେଶ ପାଲ ହତ୍ୟାକାଣ୍ଡ ସମୟରେ ଅଲି ବି ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ସହିତ ସମ୍ପର୍କରେ ରହିଥିଲା। ଏହି ସମସ୍ତ ଅଭିଯୁକ୍ତ ଆଇଫୋନରେ ଏହି ‌କୋଡ ନାମରେ ଆଇଡି ବ୍ୟବହାରକରି ଜଣେ ଅନ୍ୟ ଜଣଙ୍କ ସହିତ ହତ୍ୟାକାଣ୍ଡ ପୂର୍ବରୁ ଓ ହତ୍ୟାକାଣ୍ଡ ପରେ କଥାବାର୍ତ୍ତା ହୋଇଥିଲେ। ଅତିକ ହତ୍ୟାକାଣ୍ଡ ପରେ ସଙ୍ଗେସଙ୍ଗେ ନିଜ ଫୋନରେ ଘରକୁ ଫୋନ କରି ଶୁଭେଚ୍ଛା ଜଣାଇଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର