ଜଣା-ଅଜଣା: ଗୋଲାପ

ପ୍ରାୟ ୩୫ ନିୟୁତ ବର୍ଷ ତଳର ଏକ ଗୋଲାପ ଜୀବାଶ୍ମ ଆମେରିକାର କଲୋରାଡୋରୁ ଆବିଷ୍କୃତ ହୋଇଥିଲା। ତେବେ, ପାଞ୍ଚ ହଜାର ବର୍ଷ ପୂର୍ବରୁ ଚୀନରେ ଗୋଲାପ ଚାଷ ଆରମ୍ଭ ହୋଇଥିବା ବିଶ୍ବାସ କରାଯାଏ।
ଗୋଲାପ ହେଉଛି ପ୍ରେମ, ପ୍ରଣୟ, ଅନୁରାଗ, ଅଭିଳାଷ, ସୌନ୍ଦର୍ଯ୍ୟ ଓ ଶାନ୍ତିର ପ୍ରତୀକ। ଏହା ଭିଟାମିନ୍‌ ‘ସି’ରେ ଭରପୂର। ଇ˚ଲଣ୍ତ, ମଧୢ ପ୍ରାଚ୍ୟ ଓ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ସାଲାଡ୍‌, କେକ୍‌, ଜେଲି, ଜାମ୍‌, ଚକ୍‌ଲେଟ୍‌ ଆଦି ପ୍ରସ୍ତୁତିରେ ଗୋଲାପ ପାଖୁଡ଼ା ବ୍ୟବହାର କରାଯାଏ।
‘ଜୁଲିଏଟ୍‌ ରୋଜ୍‌’ ବିଶ୍ବର ସବୁଠାରୁ ମହଙ୍ଗା ଗୋଲାପ। ଇ˚ଲଣ୍ତ୍‌ର ଗୋଲାପ ଚାଷୀ ଡେଭିଡ୍‌ ଅଷ୍ଟିନ୍‌ ୨୦୦୬ରେ ତାଙ୍କ ବଗିଚାରେ ବିକଶିତ କରିଥିଲେ। ଏଥି ପାଇଁ ତାଙ୍କୁ ପନ୍ଦର ବର୍ଷ ସମୟ ଲାଗିଥିଲା ଏବ˚ ଖର୍ଚ୍ଚ ହୋଇଥିଲା ପାଞ୍ଚ ନିୟୁତ ଡଲାର‌୍‌।
ଆମେରିକାର ଟୁମ୍‌ଷ୍ଟୋନ୍‌ ସହରରେ ଥିବା ‘ଲେଡି ବ୍ୟାଙ୍କ୍‌ସ ରୋଜ୍‌’ ପ୍ରଜାତିର ଗୋଲାପ ବୁଦା ଏବେ ବିଶ୍ବର ସବୁଠାରୁ ବଡ଼। ୧୮୮୫ରେ ଗଛଟି ଲଗାଯାଇଥିଲା। ଏଥିରେ ବର୍ଷକୁ ପାଖାପାଖି ଦୁଇ ଲକ୍ଷ ଫୁଲ ଫୁଟେ।
ଜର୍ମାନିର ଏକ ଗିର୍ଜା କାନ୍ଥରେ ମାଡ଼ିଥିବା ଗୋଲାପ ଗଛ ପ୍ରାୟ ଏକ ହଜାର ବର୍ଷ ଧରି ବଞ୍ଚିଥିବା ଜଣାଯାଏ। ଏହାକୁ ବିଶ୍ବର ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଗୋଲାପ ଗଛ କୁହାଯାଉଛି।
ସବୁ ଗୋଲାପ ପାଞ୍ଚ ପାଖୁଡ଼ା; ମାତ୍ର ‘ରୋଜା ସେରିସିଆ’ ପ୍ରଜାତିର ଏକ ନିର୍ଦିଷ୍ଟ ଗୋଲାପ ଚାରି ପାଖୁଡ଼ା ବିଶିଷ୍ଟ। ଏହି ପ୍ରଜାତିର ଗୋଲାପ ହିମାଳୟ ଅଞ୍ଚଳରେ ବଢ଼ିଥାଏ। ତୁର୍କିର ଏକ ଅଞ୍ଚଳରେ କଳା ଗୋଲାପ ମିଳେ।
ଗୋଲାପ ରପ୍ତାନିରେ ନେଦର୍‌ଲାଣ୍ତ୍‌ ବିଶ୍ବରେ ପ୍ରଥମ। ସେଠାରେ ଆଠ ହଜାର ହେକ୍ଟର‌୍‌ ଜମିରେ ଗୋଲାପ ଚାଷ କରାଯାଏ।
ବାଇବେଲ୍‌ରେ ତିନି ପ୍ରକାର ଫୁଲର ନାଁ ରହିଛି, ସେଥି ମଧୢରୁ ଗୋଲାପ ଗୋଟିଏ।

ସମ୍ବନ୍ଧିତ ଖବର