ଶିଶୁ ସ୍ନାୟୁ ବିଜ୍ଞାନ ଏକାଡେମି ଉଦ୍‌ଘାଟିତ

ଭୁବନେଶ୍ବର: ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌ ପରିସରରେ ଭାରତୀୟ ଶିଶୁ ସ୍ନାୟୁ ବିଜ୍ଞାନ ଏକାଡେମିର ଓଡ଼ିଶା ଶାଖା ରବିବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ଘାଟକ ଭାବେ ଅନ୍ତର୍ଜାତୀୟସ୍ତରର ଶିଶୁ ସ୍ନାୟୁ ବିଜ୍ଞାନ ବିଭାଗର ମୁଖ୍ୟ କେ ପି ଭିନାୟାନ ଯୋଗଦେଇ ଏକାଡେମିର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶିଶୁ ସ୍ନାୟୁ ବିଜ୍ଞାନ ସମ୍ପର୍କିତ ଏକ ଆଲୋଚନାଚକ୍ର କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁରେଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ସିଇଓ ଭୀଷ୍ମ ରଥ, କେପି ସର୍ଭାଇ, ବସନ୍ତ ଖଲାତ୍‌କର, ଏକାଡେମିର ଓଡ଼ିଶା ଶାଖା ସଭାପତି ସସ୍ମିତା ଦେବୀ ଅଗ୍ରୱାଲ୍‌, ସମ୍ପାଦକ ଅନ୍ତର୍ଯ୍ୟାମୀ ନନ୍ଦ, ସରୋଜ ତିଆଡ଼ି, ପ୍ରଶାନ୍ତ ସାବତ, ସୁଭାସିନୀ ଶର୍ମା, ସୁନୀଲ୍‌ ଅଗ୍ରୱାଲ୍‌, ନିର୍ମଳ ମହାକୁଡ଼, ଦେବାଶିଷ ପାଣିଗ୍ରାହୀ, ଅମିତ ଶତପଥୀ ପ୍ରମୁଖ ଯୋଗଦେଇ ନିଜର ମତ ରଖିଥିଲେ। ସେହିପରି ଶତାଧିକ ଡାକ୍ତର ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର