ବୃଦ୍ଧାଙ୍କ ଆକାଉଣ୍ଟରୁ ୯.୯୫ ଲକ୍ଷ ହଡ଼ପ: କେୟାର୍‌ଟେକର ଗିରଫ

ଚନ୍ଦ୍ରଶେଖରପୁର: ଜଣେ ବୃଦ୍ଧାଙ୍କ ବ୍ୟାଙ୍କ ପାସ୍‌ବୁକ୍‌ରୁ ୯ଲକ୍ଷ ୯୫ହଜାର ଟଙ୍କା ହଡ଼ପ କରିନେବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଠକ କେୟାର୍‌ଟେକରକୁ ଗିରଫ କରିଛି। ସେ ହେଲା, ଡମଣା ଗୋପୀନାଥ ସାହି‌ରେ ଭଡ଼ାରେ ରହୁଥିବା ମନୋଜ ମହନ(୩୫)। ପୁଲିସ ତା’ ପାଖରୁ ପ୍ରାୟ ୮ ଲକ୍ଷ ଟଙ୍କା ଜବତ କରିଛି।

ସୂଚନାନୁସାରେ, ମନୋଜ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଡାକ୍ତରଙ୍କ ଘରେ ରହି କାମ କରୁଥିଲା। ଡାକ୍ତରଙ୍କ ବୃଦ୍ଧା ଭଉଣୀଙ୍କ କେୟାର୍‌ଟେକର ଭାବେ କାମ କରୁଥିଲା। ତେଣୁ ବିଭିନ୍ନ ସମୟରେ ସେ ବୃଦ୍ଧାଙ୍କ ବ୍ୟାଙ୍କ୍‌ ପାସ୍‌ବୁକ୍ ଅପ୍‌ଡେଟ୍‌ କରିବା, ଟଙ୍କା ଉଠାଇବା ଓ ଜମା କରିବା ଆଦି କାମ କରୁଥିଲା। ବୃଦ୍ଧା ତାକୁ ଖୁବ୍‌ ବିଶ୍ବାସ କରୁଥିଲେ। କିନ୍ତୁ ବୃଦ୍ଧାଙ୍କ ସରଳତାର ସୁଯୋଗ ନେଇ ଠକ ମନୋଜ ତାଙ୍କ ଆକାଉଣ୍ଟରୁ ବିଭିନ୍ନ ପର୍ଯ୍ୟାୟରେ ୯ ଲକ୍ଷ ୯୫ହଜାର ଟଙ୍କା ଉଠାଇ ନେଇଥିଲା। ପରେ ଛୁଟି ନେଇ ଫେରାର୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର