ବମିଖାଲ, ବିଜେବି ନଗର କିଡ୍‌ଜିର ବାର୍ଷିକ ଉତ୍ସବ

ଭୁବନେଶ୍ୱର : କିଡ୍‌ଜି ବମିଖାଲ ଓ କିଡ୍‌ଜି ବିଜେବି ନଗରର ମିଳିତ ବାର୍ଷିକ ଉତ୍ସବ ଶନିବାର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇ ଯାଇଛି। ଉଭୟ ସ୍କୁଲ୍‌ର ନିର୍ଦ୍ଦେଶିକା ରଶ୍ମିତା କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମେୟର୍‌ ଅନନ୍ତ ନାରାୟଣ ଜେନା ଏବଂ ସମ୍ମାନିତ ଅତିଥି ଭାବେ ଜି ଲର୍ନ’ର ପ୍ରଦୀପ୍ତ ମୁଖାର୍ଜୀ ଯୋଗ ଦେଇଥିଲେ। ଦୁଇ ସ୍କୁଲ୍‌ର ଅଧ୍ୟକ୍ଷା ସୁହାସିନୀ କର ଓ ପ୍ରଭାତୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରାରମ୍ଭରେ ଛାତ୍ର ଛାତ୍ରୀମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ଏହାକୁ ଉପସ୍ଥିତ ଅଭିଭାବକ ଓ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ। ଶେଷରେ ଆନ୍ତଃ-ବିଦ୍ୟାଳୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା।

ସମ୍ବନ୍ଧିତ ଖବର