ଗଛରେ ପିଟି ହେଲା କାର୍, ୨ ଆହତ

ଭୁବନେଶ୍ବର : ଜନପଥର ଖାରବେଳନଗର ଥାନା ସାମ୍ନାରେ ‌ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଏକ କାର ଦ୍ରୁତ ଗତିରେ ଡିଭାଇଡର୍ ଡେଇଁ ଗଛରେ ପିଟି ହୋଇଯାଇଛି। ଏହି ଦୁର୍ଘଟଣାରେ ଚାଳକ ସମେତ ଦୁଇଜଣ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ପରେ ଚାଳକ ଫେରାର୍‌ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, ମାଷ୍ଟରକ୍ୟାଣ୍ଟିନ୍‌ରୁ ରାମ ମନ୍ଦିର ଅଭିମୁଖେ କାର୍‌ଟି ଆସୁଥିଲା। ଥାନା ସାମ୍ନାରେ ଭାରସାମ୍ୟ ହରାଇବା ପରେ କାରଟି ଦ୍ରୁତଗତିରେ ଡିଭାଇଡର୍ ଡେଇଁ ଗଛରେ ପିଟି ହୋଇଯାଇଥିଲା। ଜୋରରେ ପିଟି ହୋଇ ଯିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏହି ଶବ୍ଦ ଶୁଣି ଥାନା କର୍ମଚାରୀ ବାହାରକୁ ଦୌଡ଼ି ଆସି ଦେଖିଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର