ଚକଲେଟ୍ ଅଲରାଉଣ୍ଡର୍‌ ସିଜିନ୍-୨: ଝୁମିଲା କଟକ ସିଟି କଲେଜ

ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ ଏଫ୍ଏମ୍ ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍ ଆୟୋଜିତ ଚକଲେଟ୍ ଅଲରାଉଣ୍ଡର୍‌ କାର୍ଯ୍ୟକ୍ରମର ଆଜି ଥିଲା ଚତୁର୍ଥ ଦିନ। କଟକ ରାଜାବଗିଚାସ୍ଥିତ ନେତାଜୀ ସୁଭାଷ ମେମୋରିଆଲ ସିଟି କଲେଜରେ ଆୟୋ‌ଜିତ ଆଜିର ପ୍ରତିଯୋଗିତାରେ ୪୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନାଚ, ଗୀତ, ଏକକ ଅଭିନୟରେ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ନାଭ୍ୟା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ବିଚାରକ ଭାବେ ପ୍ରତିଭାର ମୂଲ୍ୟାୟନ କରିଥିଲେ। ସୁଧାଂଶୁ ଶେଖର, ରଜନୀକାନ୍ତ ମିଶ୍ର ଓ ପ୍ରଜ୍ଞା ନିବେଦିତା ସାହୁ ଫାଇନାଲିଷ୍ଟ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଯୋଗ୍ୟ ବିବେଚିତ କୃତୀ ପ୍ରତିଯୋଗୀମାନେ ଆସନ୍ତା ୨୧ ସେପ୍ଟେମ୍ବରରେ ହେବାକୁ ଥିବା ଗ୍ରାଣ୍ଡ୍‌ ଫିନାଲେରେ ପ୍ରତିଭା ପ୍ରଦର୍ଶନ କରିବେ। ଆଜିର ଏହି କାର୍ଯ୍ୟକ୍ରମକୁ ଆର୍‌ଜେ ଅନିଲ୍ ଓ ଆର୍‌ଜେ ନିଭି ପରିଚାଳନା କରିଥିଲେ। କଲେଜର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର