ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର

ଚନ୍ଦ୍ରଶେଖରପୁର : ଇନ୍‌ଫୋସିଟି ଥାନା ଅଧୀନରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରବାସରୁ ପୁଲିସ୍ ଜଣେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି। ମୃତକ ହେଲେ, ଆସାମର ସଚ୍ଚିକାନ୍ତ ଶର୍ମା(୨୨)। ଗତ ଦୁଇ ବର୍ଷ ହେବ ସେ କଲେଜରେ ନାମ ଲେଖାଇଥିଲେ। ସେ ଜଣେ ଭଲ ଶିକ୍ଷାର୍ଥୀ ହୋଇଥିବା ବେଳେ ଦୁଇ ଦିନ ହେବ କୌଣସି କାରଣକୁ ନେଇ ମୋବାଇଲ୍ ‌ଫୋନ୍‌ରେ ଜଣେ ବନ୍ଧୁଙ୍କ ସହ ବଚସା କରୁଥିଲେ ବୋଲି ତାଙ୍କ ସାଙ୍ଗମାନେ କହିଛନ୍ତି। ଆଜି ସକାଳେ ପଙ୍ଖାରେ ଗାମୁଛା ବାନ୍ଧି ଝୁଲିଥିବା ଦେଖି ତାଙ୍କ ସାଙ୍ଗମାନେ ପ୍ରଥମେ ହଷ୍ଟେଲ୍ ୱାର୍ଡେନ୍ ଓ ପରେ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପରିବାରଲୋକଙ୍କୁ ମଧ୍ୟ ସୂଚନା ଦିଆଯାଇଛି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର