ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଲା

୩୮୭ ଆକ୍ରାନ୍ତ, ୩୪୦ ସୁସ୍ଥ, ରାଜଧାନୀରେ ୧୫ଲକ୍ଷ ଡୋଜ୍‌ ଟିକା ଦିଆଗଲା

ଭୁବନେଶ୍ବର : ପୁଣି ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତିନି ଦିନ ୩୦୦ରୁ ତଳକୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ରହିବା ପରେ ଗତ ଦୁଇ ଦିନ ହେଲା ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶହ ଟପିଛି। ଏପରିକି ଚାରି ଶହ ମୁହାଁ ହେଲାଣି। ରାଜଧାନୀରେ କଟକଣା କୋହଳ ହୋଇଯାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି। ଅାଜି ରାଜଧାନୀରୁ ୩୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୪୦ଜଣ ସୁସ୍ଥ ହୋଇଛନ୍ତି। ୬ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବିଏମ୍‌ସି କହିଛି। ଆଜି ଝାରପଡ଼ାରୁ ୧୪ ଜଣ, ଚନ୍ଦ୍ରଶେଖରପୁରରୁ ୨୮, ଖଣ୍ଡଗିରିରୁ ୩୦, ସାମନ୍ତରାପୁରରୁ ୧୧, ମଞ୍ଚେଶ୍ବରରୁ ୧୦, ନୂଆପଲ୍ଲୀରୁ ୧୮, ପଟିଆରୁ ୧୬, ସହିଦନଗରରୁ ୧୦, ପୁରୁଣା ଭୁବନେଶ୍ବରରୁ ୧୬, ୟୁନିଟ-୮ରୁ ୧୧, ୟୁନିଟ-୯ରୁ ୯, ଟଙ୍କପାଣି ରୋଡରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜଧାନୀରେ ୧୫ଲକ୍ଷ ଡୋଜ୍‌ ଟିକା ଦିଆଗଲା
ଭୁବନେଶ୍ବର : କରୋନା ଟିକାକରଣରେ ସାରା ଦେଶରେ ଅଗ୍ରଣୀ ସହର ପାଲଟିଥିବା ଭୁବନେଶ୍ବର ଏକ ନୂଆ ରେକର୍ଡ କରିଛି। ୧୫ଲକ୍ଷ ଡୋଜ୍ ଟିକା‌ ରେକର୍ଡ ଛୁଇଁଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଆଜି ସୁଦ୍ଧା ୧୫ଲକ୍ଷ ୬ହଜାର ୫୫୬ ଡୋଜ୍ ଟିକା ଦିଆଯାଇଥିବାବେଳେ ଏଥିରୁ ୯ଲକ୍ଷ ୮୧ହଜାର ୭୯୫ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୫ଲକ୍ଷ ୨୪ହଜାର ୭୬୧ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।

ସମ୍ବନ୍ଧିତ ଖବର