ବ୍ୟବସାୟୀଙ୍କ ଘରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ହେଲେ ଜଟଣୀ ତରାବୋଇ ଅଞ୍ଚଳର ସନାତନ ମିଶ୍ର। ସନାତନଙ୍କ ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏ ସଂକ୍ରାନ୍ତ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ଅନୁସାରେ, ସନାତନ ତମାଣ୍ଡୋରେ ରହୁଥିବା ଯୀଶୁ ପଟ୍ଟନାୟକଙ୍କ ଘରେ କାମ କରନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଯୀଶୁ ତାଙ୍କୁ ପାଣି ମୋଟର ଚଳାଇବା ପାଇଁ କହିଥିଲେ। ପାଣି ମୋଟର ଚଳାଇବାକୁ ଯାଇ ଆଉ ଫେରି ନ ଥିଲେ। ଏହାପରେ ସେ ତାଙ୍କୁ ଖୋଜିବାକୁ ଯାଇ ତୃତୀୟ ମହଲାରେ ଝୁଲନ୍ତା ଅବସ୍ଥାରେ ସନାତନଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏ ନେଇ ତମାଣ୍ଡୋ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାସ୍ଥଳରେ ଅନୁସନ୍ଧାନ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର