ଧଉଳି: ଉତ୍ତରାଫାଣ୍ଡି ଅଧୀନ ପୁବା କେନାଲ ବନ୍ଧ ପାର୍ଶ୍ବ ଶବର ବସ୍ତିରେ କୁମାରୀ ମା’ର ଶିଶୁପୁତ୍ର ମୃତ୍ୟୁ ଘଟଣାରେ ପୁଲିସ ଅଭିଯୁକ୍ତକୁ ଚିହ୍ନଟ ଉଦ୍ୟମ ଆରମ୍ଭ କରିଛି। କୁମରୀ ମା’ ସହିତ ମୃତ ଶିଶୁପୁତ୍ର ଓ ସନ୍ଦିଗ୍ଧ ଯୁବକଙ୍କ ରକ୍ତ ଓ ଶରୀର ବିଭିନ୍ନ ଅଂଶର ନମୁନାକୁ ରସୁଲଗଡ଼ ସ୍ଥିତ ଫରେନ୍ସିକ୍ ଲାବୋରେଟାରିକୁ ପଠାଯିବ ବୋଲି ଜଣେ ପୁଲିସ ଅଧିକାରୀ ଜଣାଇଛନ୍ତି। ନାବାଳିକା ଜଣଙ୍କ ଦୁଇଦିନ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବୁଧବାର ସକାଳେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁଯାୟୀ ନାବାଳିକା(୧୪) ଜଣଙ୍କୁ ତାଙ୍କ ଦାଦା ବାରମ୍ବାର ଦୁଷ୍କର୍ମ କରିବା ଫଳରେ ସେ ଗର୍ଭବତୀ ହୋଇପଡ଼ିଥିଲେ। ଏ ସଂକ୍ରାନ୍ତରେ ନାବାଳିକାଙ୍କ ବାପା ଉତ୍ତରା ଫାଣ୍ଡିରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଅଭିଯୁକ୍ତ ଦାଦାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ ଘଟଣା ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ପ୍ରକୃତରେ ଅସୁସ୍ଥତା ଯୋଗୁ ଶିଶୁଟିର ମୃତ୍ୟୁ ଘଟିଛି କିମ୍ବା ତାର ମୃତ୍ୟୁ ପାଇଁ ଆଉ କିଏ ତାୟୀ ସେ ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି।