ସୁଶାନ୍ତଙ୍କୁ ମନେ ପକାଉଛନ୍ତି ପ୍ରଶଂସକ

ମହାଶିବରାତ୍ରି ଉପଲକ୍ଷେ ବଲିଉଡ୍‌ର ବହୁ ଅଭିନେତା ଅଭିନେତ୍ରୀ ଶିବଙ୍କ ଗୀତରେ ନିଜର ଭକ୍ତିପୂତ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର୍ କରୁଥିବା ବେଳେ କିଛି ମନ୍ଦିରରେ ଦୀପ ଜଳାଉଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଶିବଙ୍କ ଉପରେ ବହୁ ଗୀତ ମଧ୍ୟ ହିନ୍ଦୀ ସିନେମାରେ ତିଆରି ହୋଇଛି। ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ କେଦାରନାଥ ଚଳଚ୍ଚିତ୍ର ମଧ୍ୟ ପ୍ରଭୁ ଶିବଙ୍କ ଉପରେ ତିଆରି ହୋଇଥିଲା। ଚଳଚ୍ଚିତ୍ରର ‘ନମୋ ନମୋ’ ଗୀତ ଖୁବ୍ ଲୋକାଦୃତ ହୋଇଥିଲା। ତେଣୁ ଶିବରାତ୍ରିରେ ଲୋକେ ଏହି ଅଭିନେତାଙ୍କୁ ସ୍ମରଣ କରିବା ସହିତ ସାମାଜିକ ଗଣମାଧ୍ୟମରେ ତାଙ୍କ ପାଇଁ କିଛି ଭାବବିହ୍ବଳ କଥା ଲେଖିଛନ୍ତି। ଆଉ କିଛି ପ୍ରଶଂସକ କେଦାରନାଥ ଚଳଚ୍ଚିତ୍ରର କିଛି ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି।

ସମ୍ବନ୍ଧିତ ଖବର