ବିଜେବି କଲେଜରେ ଉଚ୍ଚଶିକ୍ଷା ମନ୍ତ୍ରୀ: ଦୁଇ କୋଠା ନିର୍ମାଣ କାର୍ଯ୍ୟ ତଦାରଖ କଲେ

ଭୁବନେଶ୍ବର: ବିଜେବି କଲେଜର ୫୮୫ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଏବଂ ୬୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ କୋଠାର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଏହି ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସଆଇସି) ଏହାର ନିର୍ମାଣ ଦାୟିତ୍ବ ନେଇଛି। ଦୁଇଟି କୋଠାର ନିର୍ମାଣ କାର୍ଯ୍ୟ ୨୦୨୧ ସେପ୍ଟେମ୍ବର ୧୬ରେ ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ୧୫ରେ କାର୍ଯ୍ୟ ଶେଷ କରିବାକୁ ଓଏସଆଇସି ଚୁକ୍ତି କରିଥିଲା।

ଓଏସଆଇସି କାର୍ଯ୍ୟ ଆରମ୍ଭ କରିବାର ୭ ମାସ ଭିତରେ ଛାତ୍ରୀନିବାସର ୭ମ ମହଲା ହୋଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାସହ ଛାତ୍ରାବାସର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଚୁକ୍ତି ସମୟର ଅବ୍ୟବହିତ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗକୁ ଏହି ଦୁଇ କୋଠା ହସ୍ତାନ୍ତର କରିବ ବୋଲି ଓଏସଆଇସି ଉଦ୍ୟମ ଜାରି ରଖିଛି। ତଦାରଖ ବେଳେ ମନ୍ତ୍ରୀଙ୍କ ସହ ଓଏସଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁ ଉପସ୍ଥିତ ଥିଲେ। ସଂଯୋଗବଶତଃ ଏହି ସମୟରେ କଲେଜ ପରିସରରେ ୩ ଅଧ୍ୟାପକ, ଅଭିରାମ ବିଶ୍ବାଳ, ସାଧନା ଶତପଥୀ ଓ ପୁଷ୍ପାଞ୍ଜଳି ମିଶ୍ରଙ୍କ ଅବସରକାଳୀନ ସଭା ଚାଲୁଥିବା ବେଳେ ମନ୍ତ୍ରୀ ଶ୍ରୀ ସାହୁ ସେଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର