ଇମେଜ୍‌ର ସାଧାରଣ ପରିଷଦ ବୈଠକ: କୃଷି ଜ୍ଞାନକୌଶଳ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ପ୍ରଶିକ୍ଷଣ ଆବଶ୍ୟକ

ଇମେଜ୍‌ର ସାଧାରଣ ପରିଷଦ ବୈଠକ

ଭୁବନେଶ୍ବର: କୃଷି ଓ କୃଷକର ଉନ୍ନତି ଦିଗରେ କୃଷି ସଂପ୍ରସାରଣ କାର୍ଯ୍ୟକ୍ରମ ଏବଂ ଦକ୍ଷତା ବିକାଶର ଭୂମିକା ରହିଛି। ଏହାର ଜ୍ଞାନକୌଶଳକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହିତ କୃଷି ଅଧିକାରୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ସଂପର୍କରେ ପ୍ରଶିକ୍ଷଣ ଦେବା ଦିଗରେ ଭୁବନେଶ୍ୱର କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପରିଷଦର ସଭାପତି ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ. ଅରୁଣ କୁମାର। କୃଷି ଭବନଠାରେ କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ (ଇମେଜ୍‌)ର ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ, ରାଜ୍ୟ ସରକାର କୃଷକଙ୍କ ଆୟକୁ ବହୁଗୁଣିତ କରିବା ନିମନ୍ତେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।

ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଫସଲର ସମନ୍ୱିତ କୃଷି ଉପରେ ବିଭାଗ ଗୁରୁତ୍ୱ ଦିଆଯାଉଛି। କୃଷକମାନଙ୍କୁ ପ୍ରତିଷ୍ଠାନ ପରିସରରେ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରି ଯୋଜନାର ସଫଳ ରୂପାୟନ କରିବାକୁ ପଡ଼ିବ। ଆତ୍ମା ଯୋଜନା କାର୍ଯ୍ୟକାରୀ ବେଳେ ସୃଷ୍ଟି ସମସ୍ୟା ସମ୍ପର୍କରେ ମଧ୍ୟ ଏହି ଅବସରରେ ଆଲୋଚନା ହୋଇଥିଲା। ସାଧାରଣ ପରିଷଦର ବୈଠକ ବର୍ଷକୁ ଦୁଇଥର ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କମିସନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ସମନ୍ୱିତ କୃଷି ଯୋଜନାର ସଫଳ ରୂପାୟନ ନିମନ୍ତେ ସଂପ୍ରସାରଣ ପ୍ରତିଷ୍ଠାନ ସମେତ ଆତ୍ମାକୁ ଅଧିକ ଚଳଚଞ୍ଚଳ କରିବାକୁ ପଡ଼ିବ। କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପୱନ କୁମାର ଅଗ୍ରୱାଲ କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ ସହିତ ଗବେଷଣା ପ୍ରତିଷ୍ଠାନର ସମନ୍ବୟ ରକ୍ଷାକୁ ଗୁରୁତ୍ବ ଦେଇଥିଲେ। ପ୍ରତିଷ୍ଠାନର ମୁଖ୍ୟ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର ପ୍ରତିଷ୍ଠାନ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ପରିଷଦର ସଦସ୍ୟ, କୃଷକ ସଦସ୍ୟ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର