ଅନନ୍ତ ବାସୁଦେବ ମନ୍ଦିରର ଆଲୋକୀକରଣ

ଭୁବନେଶ୍ବର : ଏକାମ୍ର କ୍ଷେତ୍ରରେ ଥିବା ଏକମାତ୍ର ବିଷ୍ଣୁ ମନ୍ଦିର ଅନନ୍ତ ବାସୁଦେବ ମନ୍ଦିରକୁ ଆଲୋକମାଳାରେ ସଜାଯାଇଛି। ଏହି ପୁରାତନ ମନ୍ଦିର ପ୍ରତି ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ବିଡିଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ବାସ ରହିଛି ଯେ, ବିନ୍ଦୁସାଗରରେ ସ୍ନାନ କରିବା ପୂର୍ବରୁ ଅନନ୍ତ ବାସୁଦେବଙ୍କ ପୂଜାର୍ଚ୍ଚନା କଲେ ପୁଣ୍ୟ ମିଳିଥାଏ।
ବିଡିଏ ପକ୍ଷରୁ ପୁରୁଣା ଭୁବନେଶ୍ବରରେ ୧୬ଟି ମନ୍ଦିରକୁ ଆଲୋକିତ କରାଯାଇଛି। ଏଥିରେ ମା‌ର୍କଣ୍ଡେଶ୍ବର ମନ୍ଦିର, ଶାରୀ ମନ୍ଦିର, ବୈତାଳ ମନ୍ଦିର, ଭବାନୀଶଙ୍କର ମନ୍ଦିର, ଚିତ୍ରକାରିଣୀ ମନ୍ଦିର, ଡାକରାବିଭୀଷଣେଶ୍ବର ମନ୍ଦିର, ଦେବୀ ପାଦହରା ମନ୍ଦିର, ବକ୍ରେଶ୍ବର ମନ୍ଦିର, ନବକେଶ୍ବର ମନ୍ଦିର, ସ୍ବର୍ଣ୍ଣ ଜଳେଶ୍ବର ମନ୍ଦିର, ପାପନାଶିନୀ ଏବଂ ମୈତ୍ରେଶ୍ବର ମନ୍ଦିର, ଐଶାନେଶ୍ବର ମନ୍ଦିର, ମକରେଶ୍ବର ମନ୍ଦିର, ଦ୍ବାରବାସିନୀ ମନ୍ଦିର, ମୋହିନୀ ମନ୍ଦିରକୁ ମଧ୍ୟ ଆଲୋକିତ କରାଯାଇଛି।

ସମ୍ବନ୍ଧିତ ଖବର