ସୁସ୍ମିତାଙ୍କୁ ଦରମା ଅର୍ଥ ଦେଲେ ବିଧାୟକ

ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଜୁନିଅର କଲେଜ ଅଫ୍‌ ସାଇନ୍ସ ଓ ଏଜୁକେସନ ପକ୍ଷରୁ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ୨୦୧୯ ଯୁକ୍ତ୨ ପରୀକ୍ଷାର କଳା ବିଭାଗରେ ଶ୍ରେଷ୍ଠ ୬ଷ୍ଠ ସ୍ଥାନରେ ରହିଥିବା କଲେଜର ଛାତ୍ରୀ ସୁସ୍ମିତା ଜେନାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ମେଧାବୀ ଛାତ୍ରୀ ସୁସ୍ମିତାଙ୍କ ଉଚ୍ଚଶିକ୍ଷା ପାଇଁ ବିଧାୟକ ଶ୍ରୀ ରାଉତ ନିଜ ଦରମାରୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ରାଉତ କହିଥିଲେ ଯେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ବିଦ୍ୟାଳୟ ଓ କଲେଜଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସୁସ୍ମିତାଙ୍କ ପରି ଛାତ୍ରଛାତ୍ରୀ ସାରା ଓଡ଼ିଶା ପାଇଁ ଗର୍ବ। ସେ କଳା ବିଭାଗରେ ସାରା ରାଜ୍ୟରେ ୬ଷ୍ଠ ସ୍ଥାନରେ ରହିବା ସହ ଖୋର୍ଧା ଜିଲ୍ଲାରେ ଟପର୍‌ ହୋଇଥିଲେ। ଯେତେବେଳେ ବି ପ୍ରମୁଖ ତଥା ନାମକରା କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ ତାଙ୍କ ପ୍ରତିଭା ଆଗରେ ହାର ମାନିଛନ୍ତି। ସୁସ୍ମିତା ଆଗକୁ ମଧ୍ୟ ଏଭଳି ସଫଳତା ହାସଲ କରନ୍ତୁ। ସମ୍ବର୍ଦ୍ଧନା ଉତ୍ସବରେ ଉଭୟ ଯୁକ୍ତ୨ ଓ ଯୁକ୍ତ୩ କଲେଜ ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକମା‌ନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର