ସମ୍ ହସ୍ପିଟାଲ ରାସ୍ତାରେ ଶ୍ୟାମପୁର ନିକଟ ବଜାରସ୍ଥିତ ଏକ ମୋବାଇଲ୍ ସୋ’ରୁମ୍‌ରୁ ଲୁଟ୍‌

ଖଣ୍ଡଗିରି : ସ୍ଥାନୀୟ ସମ୍ ହସ୍ପିଟାଲ ରାସ୍ତାରେ ଶ୍ୟାମପୁର ନିକଟ ବଜାରସ୍ଥିତ ଏକ ମୋବାଇଲ୍‌ ସୋ’ରୁମ୍‌ରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ମୋବାଇଲ୍‌ ଫୋନ୍‌ ଲୁଟି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏହି ଲୁଟ୍‌ ବାବଦରେ ସୋ’ରୁମ୍‌ ମାଲିକ ରାଜକିଶୋର ଦାସ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚଳାଇଛି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁସାରେ ରାତି ପ୍ରାୟ ୨ଟାବେଳେ ୨ ଜଣ ଦୁର୍ବୃତ୍ତ ଦୋକାନ ଭିତରକୁ ପଶିଛନ୍ତି। ଦୁଇ ଦୁର୍ବୃତ୍ତ ମୁହଁରେ ଗାମୁଛା ଘୋଡ଼ାଇଛନ୍ତି। ଫଳରେ ସେମାନଙ୍କୁ ଚିହ୍ନିବା ସମ୍ଭବ ହେଉନାହିଁ। ସେମାନେ ପ୍ରାୟ ୩୦ରୁ ୪୦ ଦାମୀ ମୋବାଇଲ୍ ଫୋନ୍‌ ନେଇ ପଳାଉଛନ୍ତି।

ସମ୍ବନ୍ଧିତ ଖବର