ଖସିଗଲା : ନୂଆଦିଲ୍ଲୀରେ ଯେମିତି, ଭୁବନେଶ୍ବରରେ ସେମିତି, ଲୋକେ ମୁହଁ ମୋଡ଼ିଲେଣି, ନେତାଙ୍କ ଅମାନତ ରହିଲାନି

ତିନି ବିଧାନସଭା ଆସନରେ ଦୋହଲିଲାଣି ସଂଗଠନ, ଦ୍ବନ୍ଦ୍ବରେ କର୍ମୀ, ମହାନଗର ନିଗମ ନିର୍ବାଚନ ଲଢ଼ିବ ତ?

ଭୁବନେଶ୍ବର : ଥରେ କି ଦୁଇଥର ନୁେହଁ, ବାରମ୍ବାର କଂଗ୍ରେସ ତାକତ ଦେଖାଇଛି ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ। ହଠାତ୍ ଏମିତି କଣ ହେଲା ଯେ ରାଜ୍ୟ ରାଜଧାନୀରୁ କଂଗ୍ରେସ ଉେଭଇଯିବାକୁ ବସିଛି? ସଂଗଠନ େଦାହଲିଲାଣି? କର୍ମୀ ଦଳ ଛାଡ଼ି ଅନ୍ୟତ୍ର ଚାଲିଗଲେ ନା ଦୀପ ତଳ ଅନ୍ଧାର ଭଳି ପରିସ୍ଥିତି ସୃଷ୍ଟି େହାଇଛି। ନୂଆଦିଲ୍ଲୀରେ ଦଳ ଅବସ୍ଥା େଯମିତି, ଭୁବନେଶ୍ବରରେ ସେମିତି। ପ‌ଡ଼ୋଶୀ ଜଟଣୀରେ କଂଗ୍ରେସ ପ୍ରାର୍ଥୀ ଜିତୁଥିବା ବେଳେ ଭୁବନେଶ୍ବରରେ କ’ଣ କଂଗ୍ରେସ ସଂଗଠନ ଆଉ ସୁଧୁରିବ ନାହିଁ? ଭୁବନେଶ୍ବର ମହାନଗର ନିଗମ ଦଳ ଲଢ଼ିିବ ନା ନାହିଁ? ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ପରେ ଏମିତି କିଛି ପ୍ରଶ୍ନକୁ ନେଇ ରାଜନୈତିକ ମହଲ ତର୍ଜମା ଆରମ୍ଭ କରିଛନ୍ତି।

୧୯୯୮ ମସିହାରୁ ବିଜେଡି ଦଖଲରେ ରହିଥିଲା ଭୁବନେଶ୍ବର ଲୋକସଭା ଆସନ। ଭୁବନେଶ୍ବରର ତିନିଟି ଯାକ ବିଧାନସଭା ଆସନ ଯଦିଓ ବିଜେଡି କବ୍‌ଜାକୁ ଆସିଲା, ଏଥର କିନ୍ତୁ ଅଳ୍ପ େଭାଟ୍‌ ବ୍ୟବଧାନରେ ପଛେ େହଉ, େଲାକସଭା ଆସନକୁ ବିଜେପି ଛଡ଼ାଇ େନଇଛି। ଅନ୍ୟପକ୍ଷରେ ୧୯୯୬ରେ ଭୁବନେଶ୍ବର ଲୋକସଭା ଆସନରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିଜୟ ଥିଲା କଂଗ୍ରେସର ଶେଷ ବିଜୟ। ଏହାପରେ କଂଗ୍ରେସ ଭୋଟ୍‌ ପ୍ରତି ନିର୍ବାଚନରେ କମି କମି ଚାଲିଛି। ସଦ୍ୟ ସମାପ୍ତ ନିର୍ବାଚନରେ କଂଗ୍ରେସ ଭୁବନେଶ୍ବରରେ ନ ଲଢ଼ି ସିପିଆଇ(ଏମ୍‌)କୁ ଆସନଟି ଛାଡ଼ି ଦେଇଥିଲା। ସିପିଆଇ(ଏମ୍‌)ର ଜନାର୍ଦ୍ଦନ ପତିଙ୍କୁ ଦଳ ସମର୍ଥନ କଲା। କିନ୍ତୁ ଜନାର୍ଦ୍ଦନ ଏତେ ଭୋଟ୍‌ ବ୍ୟବଧାନରେ ହାରିଲେ ଯେ, କଂଗ୍ରେସ ଭୁବନେଶ୍ବରରୁ ଏକରକମ ହଜିଯାଇଥିବା ଅନୁଭବ ହେଲାଣି।

ଏଥର ଭୁବନେଶ୍ବର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ୪,୮୬,୯୯୧ ଭୋଟ୍‌ ପାଇଛନ୍ତି। ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ମିଳିଛି ୪,୬୩,୧୫୨ଭୋଟ୍‌। କୌତୂହଳର କଥା େହଲା, ଅପରାଜିତା େଯତିକି େଭାଟରେ ବିଜୟୀ େହାଇଛନ୍ତି, ଜନାର୍ଦ୍ଦନ (ଜଟଣୀରେ କଂଗ୍ରେସ ବିଜୟୀ େହାଇ ବି) ସମୁଦାୟ ସେତିକି ଅର୍ଥାତ୍ ୨୩,୦୨୬ ଭୋଟ୍‌ ପାଇଛନ୍ତି। ଜନାର୍ଦ୍ଦନଙ୍କ ଭୋଟ୍‌ ହାର ହେଉଛି ୨.୨୯%। ଯେତେବେଳେ କି ବିଜୟୀ ପ୍ରାର୍ଥୀ ଅପରାଜିତା ପାଇଛନ୍ତି ୪୮.୪୫%। ଅପରାଜିତା ଓ ଅରୂପଙ୍କ ମଧ୍ୟରେ ଭୋଟ୍‌ ବ୍ୟବଧାନ ୨.୩୮% ହୋଇଥିବାବେଳେ ଜନାର୍ଦ୍ଦନ ଏହାଠାରୁ ବି କମ୍‌ ଭୋଟ୍‌ ପାଇବା ସୂଚାଇଛି ଯେ, ଭୁବନେଶ୍ବରବାସୀ କଂଗ୍ରେସ ଓ ସିପିଆଇ(ଏମ୍‌) ସମର୍ଥିତ ପ୍ରାର୍ଥୀଙ୍କୁ ପ୍ରତ୍ୟାଖାନ କରିଛନ୍ତି।

ଭୁବନେଶ୍ବରର ତିନିଟି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଲେ। ଲଢ଼େଇ କରିବା ଦୂରର କଥା ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୫୦%ରୁ ଅଧିକ ଭୋଟ୍‌ ବ୍ୟବଧାନରେ ପଛରେ ରହିଗଲେ। ୨୦୦୯, ୨୦୧୪ରେ ଯେତିକି ଭୋଟ୍‌ ପାଇଥିଲେ ତା’ଠାରୁ କମ୍‌ ଭୋଟ୍‌ ପାଇଲେ। ଭୁବନେଶ୍ବର ମଧ୍ୟ ଆସନରେ ଏଥର ଜିତିଥିବା ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ୫୪୦୨୨ (୫୩.୪%) ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ରାଜୀବ ପାଇଛନ୍ତି ମାତ୍ର ୨୭୪୬ (୨.୭୧%) ଭୋଟ୍‌। ସେହିପରି ଭୁବନେଶ୍ବର ଉତ୍ତରରେ ବିଜୟୀ ହୋଇଥିବା ବି‌େଜଡିର ସୁଶାନ୍ତ ରାଉତ ୭୧୧୯୩ (୫୪.୮୪%) ଭୋଟ୍‌ ପାଇଥିବା ବେଳେ କଂଗ୍ରେସର ଇତିଶ ପ୍ରଧାନ ୫୧୮୯ (୪%) ଭୋଟ୍‌ ପାଇଛନ୍ତି। ଏକାମ୍ର ଭୁବନେଶ୍ବରରେ ବିଜେଡିର ଅଶୋକ ଚନ୍ଦ୍ର ପଣ୍ଡା ୭୫୦୨୦ (୫୭.୦୭%) ଭୋଟ୍‌ ପାଇଥିବା ବେଳେ ଏଠାରେ କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ରଙ୍କୁ ୬୭୮୦ (୫.୧୬%) ଭୋଟ୍‌ ମିଳିଛି।

ଆଜି କଂଗ୍ରେସ ଭବନରେ ବସିଥିବା ସମୀକ୍ଷା ବୈଠକରେ ଭୁବନେଶ୍ବରର ପ୍ରାର୍ଥୀମାନେ ଦଳ ନେତୃମଣ୍ଡଳୀଙ୍କ ଆଗରେ ଅସନ୍ତୋଷ ଝାଡ଼ିଥିଲେ। ତିନି ଜଣ ଯାକ ପ୍ରାର୍ଥୀ ସେମାନଙ୍କ ପରାଜୟର କାରଣ କହିଥିଲେ। ଭୁବନେଶ୍ବର ଉତ୍ତରରେ ପ୍ରାର୍ଥୀ ହୋଇଥିବା ଇତିଶ ପ୍ରଧାନ କହିଥିଲେ, ଭୁବନେଶ୍ବରରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ନଦେବା ବିଧାୟକ ପ୍ରାର୍ଥୀଙ୍କ ଭୋଟ୍‌ କମିବାର ମୁଖ୍ୟ କାରଣ । ଆମେ ସିପିଆଇଏମ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଆମର ସବୁଠୁ ବଡ଼ ଭୁଲ୍‌ ଥିଲା। ଏହାବାଦ୍ ଆମ ପାଇଁ ପ୍ରଚାରରେ ନା ଏଆଇସିସି ନା ପିସିସି ନା ଡିସିସିର କେହି ଆସି‌େଲ। ‌ଆମେ ନିଜ ନିଜ ନିଜର ପ୍ରଚାର କଲୁ। ଦଳର ବରିଷ୍ଠ ନେତାମାନେ ଆମ ପାଇଁ ବାହାରିଲେନି କି ଦଳ ଆମକୁ ନିର୍ବାଚନ ଲଢ଼ିବା ପାଇଁ ଆବଶ୍ୟକ ଅର୍ଥ ବି ଦେଲାନି। ନିର୍ବାଚନମଣ୍ଡଳୀରେ ଲୋକଙ୍କ ପାଖକୁ ଗଲା ବେଳକୁ ଲୋକ କଂଗ୍ରେସକୁ କାହିଁକି ଭୋଟ୍‌ ଦେବୁ ବୋଲି ପଚାରିଲେ? କ’ଣ ଉନ୍ନତିମୂଳକ କାର୍ଯ୍ୟ କରିଛ ଯେ ଭୋଟ୍‌ ଦେବୁ ବୋଲି କହିଲେ।

ସୂଚନାେଯାଗ୍ୟ, ରାଜଧାନୀରେ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ୍‌ ହାର ଯେଉଁ ଗତିରେ କମୁଛି, ବିଜେପି ପ୍ରାର୍ଥୀଙ୍କ ଭୋଟ୍‌ ହାର ସେହି ହାରରେ ବଢୁଛି। ୨୦୧୪ରେ ଭୁବନେଶ୍ବର ମଧ୍ୟରେ ବିଜେପିକୁ ୨୭,୭୧୮ (୨୯%) ଭୋଟ୍‌ ମିଳିଥିବା ବେଳେ ଏଥର ମିଳିଛି ୪୨,୫୮୦ (୪୨.୦୯%)। ସେହିପରି ଭୁବନେଶ୍ବର ଉତ୍ତରରେ ୨୦୧୪ରେ ୨୪,୯୭୧ (୨୨%) ଭୋଟ୍‌ ମିଳିଥିବା ବେଳେ ଏଥର ମିଳିଛି ୪୫,୭୭୯ (୩୫.୨୬%), ଏକାମ୍ର ଭୁବନେଶ୍ବରରେ ୨୦୧୪ରେ ୨୯,୯୦୦ (୨୬.୦୬%) ଭୋଟ୍‌ ମିଳିଥିବା ବେଳେ ଏଥର ମିଳିଛି ୪୬,୩୬୩ (୩୫.୨୭%)।

ଭୁବନେଶ୍ବର ଲୋକସଭାରେ ୨୦୦୯ରେ ବିଜେପି ପ୍ରାର୍ଥୀ ଅର୍ଚ୍ଚନା ନାୟକ ୯୩,୯୮୦ (୧୩.୨୨%) ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିଲେ। ୨୦୧୪ରେ ପୃଥ୍ବୀରାଜ ହରିଚନ୍ଦନ ୨,୪୯,୭୭୫ (୨୮.୦୧%) ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। କିନ୍ତୁ ଏଥର ଅପରାଜିତା ଷଡ଼ଙ୍ଗୀ ୪,୮୬,୯୯୧ (୪୮.୪୫%) ଭୋଟ୍‌ ପାଇଛନ୍ତି ଓ ଜିତିଛନ୍ତି।

ବିଜେଡି ଆଶ୍ବସ୍ତ ଏଇଥିପାଇଁ ଯେ ବିଜେଡିର ଭୋଟ୍‌ ହାର ପ୍ରାୟ ସ୍ଥିର ରହିଛି। କିନ୍ତୁ କଂଗ୍ରେସ େଭାଟ େଯମିତି ବିଜେପି ଖାତାରେ େଯାଡ଼ି େହଉଛି, ଆଗକୁ ଭୁବନେଶ୍ବର ମହାନଗର ନିଗମରେ ବିପଦ େଯ ନ ଆଣିବ, ଏକଥା କିଏ କହିବ ?

ସମ୍ବନ୍ଧିତ ଖବର