ମାଟିରେ ମିଶିଲା ପୁରୁଣା ଲିଙ୍ଗରାଜ ମାର୍କେଟ : ଖୋଲା ଆକାଶ ତଳେ ବ୍ୟବସାୟୀ

ପୁରୁଣା ଭୁବନେଶ୍ୱର : ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଦୋକାନ ଘର ଭଙ୍ଗା ଶେଷ ହୋଇଛି। ଏବେ ବିଲ୍ଡିଂ ଆବଜର୍ନା ସଫେଇ ଚାଲିଛି। ଏଠାରେ ବ୍ୟବସାୟ କରୁଥିବା ଅନେକ ବ୍ୟବସାୟୀ ଥଇଥାନ ହୋଇନଥିବାରୁ ଖୋଲା ଆକାଶ ତଳେ ପସରା ମେଲାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ଓ ପୁଲିସର ମିଳିତ ସ୍କ୍ବାଡ୍‌ ପକ୍ଷରୁ ମାର୍କେଟ୍‌ ଭଙ୍ଗା ଶେଷ ହୋଇଥିବା ବେଳେ ସେଠାରୁ ବାହାରୁଥିବା ଭଗ୍ନାବଶେଷକୁ ଏକ ଘରୋଇ ସଂସ୍ଥା ସଫେଇ ଆରମ୍ଭ କରିଛି। ଏନେଇ ବିଏମ୍‌ସି ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ସେଠାରେ ପୂର୍ବରୁ ଦୋକାନ କରିଥିବା ବହୁ ବ୍ୟବସାୟୀ ଏବେ ରାସ୍ତା କଡ଼ରେ ଗୁଜୁରାଣ ମେଣ୍ଟାଉଛନ୍ତି। ପୁରୁଣା ମାର୍କେଟ୍‌‌ରେ ୧୦୧ଜଣ ବ୍ୟବସାୟୀ ଥିବା ବେଳେ ବିଏମ୍‌ସି ପକ୍ଷରୁ ମାତ୍ର ୪୮ଜଣଙ୍କୁ ଥଇଥାନ କରାଯାଇଛି। ଫଳରେ ଅନ୍ୟ ବ୍ୟବସାୟୀମାନେ ଦୋକାନ ଘର ଖୋଜିବା‌ ସହ ରାସ୍ତା ଉପରେ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ବିଏମ୍‌ସି କମିସନରଙ୍କୁ ଭେଟି ବ୍ୟବସାୟୀମାନଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର