ଦେଶରେ ପ୍ରଥମ : ପାର୍କ ର‍୍ୟାଙ୍କିଙ୍ଗ୍‌ କରିବେ ରାଜଧାନୀବାସୀ

ଭୁବନେଶ୍ବର : ରାଜଧାନୀର ପାର୍କଗୁଡ଼ିକ ଲୋକଙ୍କ ପାଇଁ ସୁରକ୍ଷିତ କି ନୁହେଁ, ସଫା ଅଛି କି ନାହିଁ, ସହଜରେ ଯାତାୟାତ କରି ହେଉଛି କି ନାହିଁ, ଆବଶ୍ୟକୀୟ ସୁବିଧା ସୁଯୋଗ ମିଳୁଛି କି ନାହିଁ ସେହି ଅନୁଯାୟୀ ପାର୍କକୁ ଆସୁଥିବା ଲୋକମାନେ ର‍୍ୟାଙ୍କ ଦେବେ। ଏହାପରେ ପାର୍କ ଦାୟିତ୍ବରେ ଥିବା ସଂସ୍ଥାର ଏହାର ବିଚାର କରି ଆବଶ୍ୟକୀୟ ପଦକ୍ଷେପ ନେବ। ପାର୍କଗୁଡ଼ିକର ର‍୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଆଜିଠାରୁ ପୋଖରୀପୁଟସ୍ଥିତ ମଧୁସୂଦନ ପାର୍କରୁ ଆରମ୍ଭ ହୋଇଛି। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ସହାୟତାରେ ଦେଶରେ ପ୍ରଥମ କରି ଏହି ଯୋଜନା ଆରମ୍ଭ ହୋଇଛି। ଏବେ ରାଜଧାନୀର ଗୋଟିଏ ପାର୍କରେ ଏହି ଯୋଜନା ଆରମ୍ଭ ହୋଇଥିବାବେଳେ ଖୁବ୍‌ ଶୀଘ୍ର ସମସ୍ତ ବଡ଼ ପାର୍କ, ଐତିହ୍ୟ କୀର୍ତ୍ତିରାଜି ଥିବା ସ୍ଥାନଗୁଡ଼ିକରେ ଏହି ର‍୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଆରମ୍ଭ ହେବ। ଭୁବନେଶ୍ବରରେ ଏହି ଯୋଜନା ସଫଳ ହେଲେ ଦେଶର ଅନ୍ୟ ସହରରେ ଏହା ଲାଗୁ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର