ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ଅଧ୍ୟାପକଙ୍କ ବିରୋଧରେ ଆସିଥିବା ନିର୍ଯାତନା ଅଭିଯୋଗ ଦିନକୁ ଦିନ ଘନେଇବାରେ ଲାଗିଛି। ଅଧ୍ୟାପକଙ୍କ ବହିଷ୍କାର କରିବା ସହ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚିଛି। ଏହି ଘଟଣାର ସ୍ଥାୟୀ ସମାଧାନ ଦାବିରେ ବିଭାଗୀୟ ଅଧ୍ୟାପିକା ଓ ପ୍ରଫେସରମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଆଜି ଚେତାବନୀ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଫଳରେ ଗତ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ମିଡ୍ ସେମିଷ୍ଟାର ପରୀକ୍ଷା ହୋଇପାରି ନ ଥିଲା। ଆଜି ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି। ଆସନ୍ତା ୧୬ ତାରିଖରେ ବିଶ୍ୱବିଦ୍ୟାଳୟ କୁଳପତି ଓ ପିଜି କାଉନସିଲ୍ ଅଧ୍ୟକ୍ଷ ଫେରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଭାରପ୍ରାପ୍ତ କୁଳପତି ପ୍ରଫେସର କିଶୋର ବାସା ସୂଚନା ଦେଇଛନ୍ତି।