ସେଣ୍ଟ ଜାଭିୟର ସ୍କୁଲର ବାର୍ଷିକ କ୍ରୀଡ଼ା ଦିବସ

ଭୁବନେଶ୍ବର: ସେଣ୍ଟ ଜାଭିୟର ଗ୍ରୁପ୍‌ ଅଫ୍‌ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜାଭି୍ୟର ଗ୍ରୁପ୍‌ର ନିର୍ଦ୍ଦେଶକ ପ୍ରଭୁଚରଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡ. ଚାର୍ଲସ୍‌ ଲକ୍‌ରା, ଆଶା ଟିଆର୍‌, ବିଜୟ କୁମାର ବଡ଼ଜେନା ପ୍ରମୁଖ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଉଦ୍‌ଯାପନୀ ସମାରୋହରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସେଖ୍‌ ମତ୍‌ଲୁବ୍‌ ଅଲ୍ଲୀ, ସମ୍ମାନିତ ଅତିଥି ଭାବେ ସାମ୍ୟକ ମହାନ୍ତି ଓ ବରଦା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର