ନନ୍ଦନକାନନ: ରଜରେ କମିଲେ ପର୍ଯ୍ୟଟକ, କମିଲା ରାଜସ୍ବ

ବାରଙ୍ଗ: ଚଳିତବର୍ଷ ରଜରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି। ପ୍ରଚଣ୍ଡ ଖରା ଯୋଗୁଁ ପ୍ରଥମ ରଜରେ ପର୍ଯ୍ୟଟକ ସଂଖ୍ୟା କମ୍‌ ରହିଥିବା ବେଳେ ଶେଷ ରଜରେ ବର୍ଷା ବାଧକ ସାଜିଥିଲା। ଆଜି ମାତ୍ର ୧୯ହଜାର ୧୦୮ ଟିକେଟ ବିକ୍ରି ହୋଇଥିବା ବେଳେ ୮ ଲକ୍ଷ ୩୩ ହଜାର ୭୬୦ ଟଙ୍କା ରାଜସ୍ବ ଆଦାୟ ହୋଇଛି। ଗତ ବର୍ଷ ଏହି ଦିନରେ ୩୦ ହଜାର ୧୧ଖଣ୍ତ ଟିକେଟ ବିକ୍ରି ବାବଦକୁ ୧୨ଲକ୍ଷ ୭୬ ହଜାର ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ଗତ ବର୍ଷ ରଜ ତିନି ଦିନରେ ୮୨ ହଜାର ୯୩୭ଟି ଟିକେଟ ବିକ୍ରି ହୋଇଥିବା ବେଳେ ରାଜସ୍ବ ବାବଦକୁ ୩୫ଲକ୍ଷ ୩୩ ହଜାର ୨୮୦ ଟଙ୍କା ଆଦାୟ ହୋଇଥିଲା। କିନ୍ତୁ ଚଳିତ ବର୍ଷର ତିନି ଦିନରେ ୫୬,୦୯୦ ଖଣ୍ଡ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ୨୪ଲକ୍ଷ ୬୬ହଜାର ୭୯୦ ଟଙ୍କା ରାଜସ୍ବ ଆଦାୟ ହୋଇଛି। ରାଜ୍ୟ ଉଦ୍ଭିଦ ଉଦ୍ୟାନର ଅବସ୍ଥା ମଧ୍ୟ ସମାନ। ରଜ ତିନି ଦିନରେ ମାତ୍ର ୨୯୯୮ ଟିକେଟ ବିକ୍ରି ବାବଦକୁ ୧ଲକ୍ଷ ୭ ହଜାର ୯୪୦ଟଙ୍କା ରାଜସ୍ବ ଆଦାୟ ହୋଇଛି। ଗତ ବର୍ଷ ରଜରେ ୩୮୩୪ ଖଣ୍ଡ ଟିକେଟ ବିକ୍ରି ହୋଇଥିବା ବେଳେ ୧ଲକ୍ଷ ୩୫ହଜାର ୫୭୦ଟଙ୍କା ରାଜସ୍ବ ଆଦାୟ ହୋଇଛି। ବାତ୍ୟା ‘ଫନି’ ଯୋଗୁଁ ପ୍ରାଣୀ ଉଦ୍ୟାନ ୧୮ ଦିନ ବନ୍ଦ ରହିବା ଓ ରଜ ୩ ଦିନର ଫଳ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାର୍ଷିକ ରିପୋର୍ଟ ଉପରେ ପ୍ରଭାବ ପକାଇବ।

ସମ୍ବନ୍ଧିତ ଖବର