ଛାତ୍ରୀଙ୍କୁ ମାଡ଼ ମାରି ଅଡ଼ୁଆରେ ଟ୍ୟୁଟୋରିଆଲ୍ ଶିକ୍ଷକ

ଚନ୍ଦ୍ରଶେଖରପୁର: ଛାତ୍ରୀଙ୍କୁ ମାଡ଼ ମାରି ଅଡ଼ୁଆରେ ପଡ଼ିଛନ୍ତି ଜଣେ ଟୁଟୋରିଆଲ ଶିକ୍ଷକ। ଜଣେ ଛାତ୍ରୀଙ୍କୁ ବେତରେ ନିସ୍ତୁକ ପିଟି ନୋଳା ଫଟାଇ ଦେଇଛନ୍ତି। ଏନେଇ ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ଶିକ୍ଷକଙ୍କୁ ଥାନାକୁ ଡାକି ପଚରା ଉଚରା କରୁଛି। ଏପରି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାର ଅଞ୍ଚଳରେ। ଛାତ୍ରୀଜଣକ ଶୈଳଶ୍ରୀବିହାର ଛକ ନିକଟରେ ଥିବା ଏକ ଟ୍ୟୁ‌େଟାରିଆଲକୁ ପଢ଼ିବା ପାଇଁ ଯାଆନ୍ତି। ଆକାଶ ନାମକ ‌ଜଣେ ଶିକ୍ଷକ ତାଙ୍କୁ ତାଗିଦ୍ କରିବା ପାଇଁ ଆଜି ନିସ୍ତୁକ ପିଟିଥିଲେ। ଏଥିରେ ଛାତ୍ରୀଙ୍କ ବାମ କାନ୍ଧ ଓ ଜଙ୍ଘରେ ନୋଳା ବସି ଯାଇଥିଲା। ଛାତ୍ରୀ ଜଣକ କାନ୍ଦିବାରୁ ଆକାଶ ତାଙ୍କ ମୁହଁକୁ ଚାପି ଟେବୁଲ୍‌ରେ ପିଟି ଦେଇଥିଲେ। ଏହାସହ ଘରଲୋକଙ୍କୁ ଏ ସଂପର୍କରେ କିଛି ନ ଜଣାଇବା ପାଇଁ ଧମକାଇଥିଲେ। ଛାତ୍ରୀଜଣକ ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିବାରୁ ପରିବାରଲୋକଙ୍କୁ ସବୁ ଜଣାଇଥିଲେ। ପରିବାରଲୋକ ଆକାଶଙ୍କୁ ପଚାରିବାରୁ ସେ ପାଲଟା ଧମକ ଦେଇଥିଲେ। ପରେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲେ। ପୁଲିସ୍ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର