ଯୁବକଙ୍କ ନିଆରା ପ୍ରୟାସ, ତିଆରି କଲେ କୋଭିଡ୍-୧୯ ଗାଡ଼ି

ଭୁବନେଶ୍ବର: ନୂଆପଲ୍ଲୀସ୍ଥିତ ଗ୍ୟାରେଜ୍ ମାଲିକ ରମେଶ ଚନ୍ଦ୍ର ବସ୍ତିଆ ଏକ ଅଭିନବ ପ୍ରୟାସ କରିଛନ୍ତି। ତିଆରି କରିଛନ୍ତି ଏକ ଇଂଜିନ୍‌ ବିହୀନ ବାଇକ୍‌। କରୋନାକୁ ଦୃଷ୍ଟିରେ ରଖି ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ସେ ଏହି ଦୁଇଚକିଆ ଯାନ ତିଆରି କରିଛନ୍ତି। ଅବିକଳ ବାଇକ୍ ଭଳି ଦେଖାଯାଉଥିବା ଏହି ଗାଡ଼ିର ପେଟ୍ରୋଲ୍ ଟାଙ୍କି ଜାଗାରେ ରହିଛି ହ୍ୟାଣ୍ଡ୍ ସାନିଟାଇଜର୍‌। ପେଡାଲ୍ ମାରିଲେ ଗାଡ଼ି ଗଡ଼ୁଛି। ପରିସ୍ଥିତିକୁ ଅନୁଧ୍ୟାନ କରି ନମ୍ବର ପ୍ଲେଟ୍ ଜାଗାରେ ସାମାଜିକ ବାର୍ତ୍ତା ପ୍ରଦାନ କରୁଥିବା କିଛି କଥା ଉଲ୍ଲେଖ କରାଯାଇଛି।

ନିଆରା ଉପାୟରେ ଗାଡ଼ି ତିଆରି କରିଥିବା ରମେଶ କହିଛନ୍ତି, ଲକ୍‌ଡାଉନ୍ ସମୟରେ କିଛି ପୁରୁଣା ଗାଡ଼ିରୁ ଏହାକୁ ତିଆରି କରିଛନ୍ତି। ସେ ଗାଡ଼ିର ନାମ କୋଭିଡ୍-୧୯ ରଖିଛନ୍ତି। ପେଡାଲ୍ ଦ୍ବାରା ଚାଲୁଥିବା ଏହି ସାଇକେଲ୍‌କୁ ବ୍ୟବହାର କଲେ ଶାରୀରିକ ବ୍ୟାୟାମ ହେବ। ଜିମ୍ ନଯାଇ ମଧ୍ୟ ଆମେ ଏହି ସାଇକେଲ୍ ଚଳାଇ ନିଜକୁ ଫିଟ୍ ରହିପାରିବା ବୋଲି ରମେଶ କହିଛନ୍ତି। ଦୀର୍ଘ ୨୦ ବର୍ଷ ହେବ ରମେଶ ନୂଆପଲ୍ଲୀରେ ଏକ ଗାଡ଼ି ଗ୍ୟାରେଜ୍ କରିଛନ୍ତି। ପଡ଼ି ରହୁଥିବା ପୁରୁଣା ଗାଡ଼ିକୁ ଏକ ନୂତନ ରୂପ ଦେବାରେ ରମେଶଙ୍କର ସ୍ଥାନୀୟ ଅଞ୍ଚଳରେ ବେଶ୍ ଭଲ ପରିଚୟ ରହିଛି।

ସମ୍ବନ୍ଧିତ ଖବର