କୂଅରେ ପଡ଼ି ମହିଳା ମୃତ

ଜଟଣୀ: ସ୍ଥାନୀୟ ବାଛରା ଗ୍ରାମରେ କୂଅରେ ପଡ଼ିଗ୍ରାମର ଟିକନ ପାଟ୍ଟସାହାଣୀଙ୍କ ସ୍ତ୍ରୀ ରୀନା ପାଟ୍ଟସାହାଣୀ (୩୦)ଙ୍କର ମୃତ୍ୟୁ ଘଟିଛି। ରୀନା କିପରି କୂଅରେ ପଡ଼ିଲେ ସେ ନେଇ ପୁଲିସ୍ ତଦନ୍ତ ଜାରି ରଖିଛନ୍ତି ବୋଲି ଥାନା ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ସେ ବାତ ରୋଗରେ ପୀଡ଼ିତ ଥିବା ପରିବାର ଲୋକେ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ମୃତକ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ସୋମନାଥପୁର ଦେଉଳଟାଙ୍ଗୀ ଅଞ୍ଚଳର କବୀର ସ୍ବାଇଁଙ୍କ ଝିଅ ଏବଂ ୯ବର୍ଷ ତଳେ ସେ ଟିକନଙ୍କୁ ବିବାହ କରିଥିଲେ । ସେମାନଙ୍କର ୩ ବର୍ଷ ବୟସର ପୁଅଟିଏ ଅଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣା ଯାଇଛି।

ସମ୍ବନ୍ଧିତ ଖବର