୧୧ରେ ‘ପ୍ରେରଣା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତା

ଭୁବନେଶ୍ବର : ପ୍ରେରଣା ଗ୍ରିନ୍‌ ଆର୍ମି ଓ ସ୍ମାଇଲ୍‌ ପ୍ଲିଜ୍‌ ପକ୍ଷରୁ ଆସନ୍ତା ୧୧ ତାରିଖରେ ଖୋର୍ଧା ଜିଲ୍ଲା ରାମେଶ୍ବରଠାରେ ‘ଗଛ ଓ ଜୀବନ’ ସମ୍ପର୍କିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ, କବିତା, ଗଳ୍ପ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରେ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ୩ଟି ବର୍ଗରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ। ୭ମରୁ ଅଷ୍ଟମ, ଅଷ୍ଟମରୁ ନବମ ଓ ସାଧାରଣ ବର୍ଗରେ ଏକାଦଶରୁ ତଦୁର୍ଦ୍ଧ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ। ଏଥିପାଇଁ ଛାତ୍ରଛାତ୍ରୀମାନେ କେଉଁ ଶ୍ରେଣୀରେ ଓ କେଉଁ ଅନୁଷ୍ଠାନରେ ପଢ଼ୁଛନ୍ତି ତାହାର ପ୍ରମାଣପତ୍ର ପ୍ରଧାନଶିକ୍ଷକଙ୍କଠାରୁ ଆଣି‌ବାକୁ ପଡ଼ିବ। ଏ ସମ୍ପର୍କରେ ସବିଶେଷ ଜାଣିବା ପାଇଁ ସୁଧାଂଶୁ ମହାନ୍ତିଙ୍କୁ ମୋବାଇଲ୍‌ ନଂ ୯୯୩୭୧୬୯୩୦୪ କିମ୍ବା ରେଣୁବାଳା ସାମନ୍ତରାୟଙ୍କୁ ୯୦୯୦୪୪୯୯୧୭ରେ ଯୋଗାଯୋଗ କରିପାରିବେ। ଏଥିସହ ଗଛ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କବିତା ଓ କ୍ଷୁଦ୍ରଗଳ୍ପ ପାଠୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ସାହିତ୍ୟିକମାନେ ଡ. ପ୍ରମୋଦ ଦାଶଙ୍କୁ ୯୪୩୮୨୮୧୬୮୮ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ‘ପ୍ରେରଣା’ର ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଓ ‘ସ୍ମାଇଲ୍‌ ପ୍ଲିଜ୍‌’ର ସମ୍ପାଦକ ଋଷି ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର