ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଏକାମ୍ରରେ ଜେପି ନଡ୍ଡାଙ୍କ ରୋଡ୍‌ ସୋ’: ଓଡ଼ିଶାରେ ବହୁମତ ଆଡ଼କୁ ବଢ଼ୁଛି ବିଜେପି: ନଡ୍ଡା

ଭୁବନେଶ୍ୱର: ଏକାମ୍ର ନିର୍ବାଚନମଣ୍ଡଳୀରେ ଆଜି ରୋଡ୍‌ ସୋ’ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସକାଳ ପ୍ରାୟ ସାଢ଼େ ୯ଟାରେ ମାଉସୀ ମା’ ଛକ ବାରିକ ସାହିରୁ ଆରମ୍ଭ ହୋଇଥିଲା ରୋଡ୍‌ ସୋ’। ହଜାର ହଜାର ବିଜେପି କର୍ମୀ ପ୍ରଥମେ ‌ଶ୍ରୀ ନଡ୍ଡାଙ୍କୁ ଭବ୍ୟ ସ୍ବାଗତ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ରସୁଲଗଡ଼ ଓ ବମିଖାଲ ଗାଁରେ ଜଗନ୍ନାଥଙ୍କ ପ୍ରଚାର

ଭୁବନେଶ୍ବର: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ରୋଡ୍‌ ସୋ’ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାବେଳେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ବମିଖାଲ ଓ ରସୁଲଗଡ଼ ଗାଁରେ ଘର ଘର ବୁଲି ଭୋଟ୍ ମାଗିଛନ୍ତି। ଜଗନ୍ନା‌ଥ ନିଜର…
ଅଧିକ ଖବର ଦେଖନ୍ତୁ...

ହିଂସା ବାଟରେ ଗଞ୍ଜାମ ରାଜନୀତି: ଖଣ୍ଡା, ଗୁଳି କଥା କହୁଛି, ବଳି ପଡ଼ୁଛନ୍ତି କର୍ମୀ

ବ୍ରହ୍ମପୁର: ପ୍ରଥମ ପର୍ଯ୍ୟାୟ ଭୋଟିଂ ପର୍ଯ୍ୟନ୍ତ ସାରା ଜିଲ୍ଲା ଯେଭଳି ଶାନ୍ତ ଥିଲା, ଆଶା ଥିଲା ଅପରାଧପ୍ରବଣ ଗଞ୍ଜାମ ସୁରୁଖୁରୁରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ବି ଶେଷ ହେବ। କିନ୍ତୁ ଭୋଟ ଦିନ ରାଜନୀତି ହିଂସାତ୍ମକ ମୋଡ଼ ନେଲା। ବିଶେ‌ଷ କରି ଚିକିଟି, ଦିଗପହଣ୍ଡି, ଗୋପାଳପୁର ଓ…
ଅଧିକ ଖବର ଦେଖନ୍ତୁ...

ବିଜେପିର ମିଛର ସୀମା ରହୁ ନାହିଁ: ପାଣ୍ଡିଆନ

ସଇନ୍ତଲା/ ପାଟଣାଗଡ଼/ କଣ୍ଟାବାଞ୍ଜି/ ପୁଇନ୍ତଳା: ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ଆଜି ମାରାଥନ ପ୍ରଚାର କରିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ। କଣ୍ଟାବାଞ୍ଜି, ଟିଟିଲାଗଡ଼, ପାଟଣାଗଡ଼ ଓ ଲୋଇସିଂହା ନିର୍ବାଚନମଣ୍ଡଳୀରେ ଆୟୋଜିତ ସଭାକୁ ସେ ସମ୍ବୋଧିତ କରିଥିଲେ। କଣ୍ଟାବାଞ୍ଜିରେ ସେ…
ଅଧିକ ଖବର ଦେଖନ୍ତୁ...

ଇଭେଣ୍ଟ୍‌ କମ୍ପାନି ନୁହେଁ, ନେତାଙ୍କୁ ଦେଖି ଭୋଟ୍‌ ଦିଅନ୍ତୁ : ଓମ୍‌ ବିର୍ଲା

ଝାରସୁଗୁଡ଼ା: ‘‘ଇଭେଣ୍ଟ କଂପାନି କମ୍ବା ଏହା ମାଧ୍ୟମରେ ଆସୁଥିବା ଅଭିନେତା ଅଭିନେତ୍ରୀଙ୍କୁ ଦେଖି ନୁହେଁ, ବରଂ ନେତାଙ୍କୁ ଦେଖି ଭୋଟ୍‌ ଦିଅନ୍ତୁ। ଏଠାକାର ଗତ ୨୫ ବର୍ଷର ସରକାର କେବଳ ଧନ ଓ ବାହୁବଳରେ ନିର୍ବାଚନ ଲଢ଼ିଛି। ତେଣୁ ଓଡ଼ିଶାରେ ବି ପରିବର୍ତ୍ତନର ଆବଶ୍ୟକତା ରହିଛି। ଆପଣମାନେ…
ଅଧିକ ଖବର ଦେଖନ୍ତୁ...

ସୋର ବିଜେପି: ବିବାଦ ତୁଟିଲା, ଆଶଙ୍କା ଦୂର ହେଲାନି

ସୋର: ବାଲେଶ୍ବର ଜିଲ୍ଲା ସୋର ବିଜେପିରେ ବିବାଦ ଲାଗି ରହିଥିଲା। ପ୍ରାର୍ଥୀ ବଦଳାଇବା ପାଇଁ ଜୋର୍‌ଦାର୍‌ ଦାବି ହୋଇଥିଲା। ଫଳରେ ଟିକେଟ୍‌ ପାଇଥିବା ରାଜେନ୍ଦ୍ର ଦାସ କୌଣସି ପ୍ରକାର ପ୍ରଚାର କରିପାରି ନଥିଲେ। ତେବେ ଅନେକ ଛକାପଞ୍ଝା ପରେ ପ୍ରାର୍ଥୀ ବଦଳାଗଲା। ବିଜେଡି ଛାଡ଼ି ଦଳରେ ସଦ୍ୟ…
ଅଧିକ ଖବର ଦେଖନ୍ତୁ...

ବିଜେଡି ସରକାର ସମ୍ବଲପୁର ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛି: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ‘‘ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଗୋଟିଏ ଦଳ ଶାସନରେ ରହିବା ପରେ ବି ସମ୍ବଲପୁରକୁ ଅବହେଳା କରାଯାଉଛି। ସମ୍ବଲପୁର ପ୍ରତି ଏକପ୍ରକାର ବୈମାତୃକ ମନୋଭାବ ପୋଷଣ କରାଯାଇଛି।’’ ବୋଲି ଗୁରୁବାର ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଧର୍ମନିରପେକ୍ଷତା ନାଁରେ ହିନ୍ଦୁ-ମୁସଲମାନଙ୍କୁ ଲଢ଼ାଉଛନ୍ତି ବିରୋଧୀ ଦଳ: ମୋଦୀ

ନୂଆଦିଲ୍ଲୀ : ସିଏଏ (ନାଗରିକତା ସଂଶୋଧନ ଆଇନ) ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ବିରୋଧୀ ଦଳଗୁଡ଼ିକ ସିଏଏ ପ୍ରସଙ୍ଗରେ ମିଥ୍ୟା ଖବର ପ୍ରସାର କରି ଦେଶରେ ଦଙ୍ଗା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଇଣ୍ଡି…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ି ବିଜେଡିରେ ମିଶିଲେ ରମାରଂଜନ

ପୁରୀ: ବିଜେପି ରାଜ୍ୟ ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ ଆଜି ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ବଳିୟାରସିଂହ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ମନ ମୋହନ ସାମଲଙ୍କ ନିକଟକୁ ପଠାଇ ଦର୍ଶାଇଛନ୍ତି ଯେ, ବର୍ଷ ବର୍ଷ ଧରି ଦଳର…
ଅଧିକ ଖବର ଦେଖନ୍ତୁ...

ବି‌ଜେଡି ବିଧାୟକଙ୍କୁ ଗାଁରେ ପୂରାଇ ଦେଉନାହାନ୍ତି ଭୋଟର

କଙ୍କଡ଼ାହାଡ଼: ପ୍ରଚାର ବେଳେ ବିଭିନ୍ନ ଗାଁରେ ପର୍ଜଙ୍ଗ ବିଧାୟକ ତଥା ବିଜେଡି ବିଧ‌ାୟକ ପ୍ରାର୍ଥୀ ଡା. ନୃସିଂହ ସାହୁଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ୁଛି। ଲୋକ ଗାଡ଼ି ଅଟକାଇ ବିଧାୟକଙ୍କୁ କାମର ହିସାବ ମାଗୁଛନ୍ତି। ରାସ୍ତାରେ ବସିରହି ବିଧାୟକଙ୍କୁ ଗାଁରେ ପୂରାଇ ଦେଉନାହାନ୍ତି। ମତଦାନ…
ଅଧିକ ଖବର ଦେଖନ୍ତୁ...