ଭାରତରେ ଥିବା ଏହି ସ୍ଥାନରେ ମନ୍ଦିର ନ ଯାଇ ମଧ୍ୟ ଲୋକମାନଙ୍କ ମନସ୍କାମନା ପୂରଣ ହୋଇଥାଏ, କିନ୍ତୁ କରିବାକୁ ହୋଇଥାଏ ଏହି କାମ

ଭଗବାନଙ୍କ ନ ଦେଖି ମଧ୍ୟ ତାଙ୍କ ଉପରେ ବିଶ୍ୱାସ କରିବା ସହ ଭିନ୍ନ ଭିନ୍ନ ସ୍ଥାନରେ ମନ୍ଦିର କରି ତାଙ୍କର ପୂଜା କରାଯାଇଥାଏ । ଭଗବାନ କିଏ ଏବଂ କେମିତି ଦେଖିବାକୁ ତାହା ନ ଜାଣି କେବଳ ବିଶ୍ୱାସ ପାଇଁ ଲୋକମାନେ ଭଗବାନଙ୍କୁ ପୂଜା କରିଥାନ୍ତି । ଏହା ସହ କୌଣସି ମନସ୍କାମନା ପୂରଣ କରିବା ପାଇଁ ସେମାନେ ମନ୍ଦିର ଯାଇ ପୂଜା ମଧ୍ୟ କରିଥାନ୍ତି । କିନ୍ତୁ ଭାରତରେ ଥିବା ଉତ୍ତରଖଣ୍ଡରେ ଏକ ଏମିତି ସ୍ଥାନ ରହିଛି ଯେଉଁଠି ଲୋକମାନେ ନିଜ ନିଜର ଇଚ୍ଛା ପୂରଣ କରିବା ପାଇଁ ମନ୍ଦିର ଯାଆନ୍ତି ନାହିଁ । ମନ୍ଦିର ନ ଯାଇ ଚିଠି ଲେଖି ସେଠାକାର ଲୋକମାନେ ନିଜର ଇଚ୍ଛା ବିଷୟରେ ସମସ୍ତଙ୍କୁ ଜଣାଇଥାନ୍ତି ।

justdial.com

ଆଜ୍ଞା ହଁ! ଉତ୍ତରାଖଣ୍ଡରେ ଥିବା ମନ୍ଦିର ଦେବଭୂମିକୁ କେହି ଶ୍ରଦ୍ଧାଳୁ ପୂଜାପାଠ ପାଇଁ ଆସନ୍ତି ନାହିଁ । ଚିଠି ଜରିଆରେ ସେମାନେ ନିଜର ଇଚ୍ଛା ଲେଖିବା ସହ ତାକୁ ମନ୍ଦିରକୁ ପଠାଇଥାନ୍ତି । ଏଭଳି କରି ସେଠାକାର ଲୋକମାନେ ନିଜର ଇଚ୍ଛା ପୂରଣ ହେବାର ଆଶା କରିଥାନ୍ତି ବୋଲି ଜଣା ପଡ଼ିଛି । ମନ୍ଦିରଟି ଉତ୍ତରାଖଣ୍ଡର ଅଲ୍‌ମୋଡା ଏବଂ ନୈନିତାଲ ମଝିରେ ପଡ଼ୁଥିବା ଜଣା ପଡ଼ିଛି । ମନ୍ଦରରେ ପୂଜା ପାଉଥିବା ଦେବାତାଙ୍କୁ ଗୋଲୁ ଦେବତା ବୋଲି କୁହାଯାଇଥାଏ ।

ସମ୍ବନ୍ଧିତ ଖବର