୩ୟ ଟି-୨୦: ଟସ୍‌ ଜିଣି ବାଂଲାଦେଶର ବୋଲିଂ ନିଷ୍ପତ୍ତି

ନାଗପୁର: ଭାରତ ଓ ବାଂଲାଦେଶ ମଧ୍ୟରେ ରବିବାର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ୩ୟ ତଥା ଶେଷ ଟି-୨୦ ଖେଳାଯାଉଛି। ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଶୃଙ୍ଖଳାର ପ୍ରଥମ ମୁକାବିଲାରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚକୁ ଭାରତ ସହଜରେ ଜିତିଥିଲା। ତେଣୁ ତୃତୀୟ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ନିଜ ନିଜ ହିସାବରେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ଉଭୟ ଭାରତ ଓ ବାଂଲାଦେଶ ରଣନୀତି ପ୍ରସ୍ତୁତ କରିଛନ୍ତି।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ (ଓ୍ଵିକେଟକିପର), ଶିବମ ଦୁବେ, ଓ୍ଵାସିଂଟନ ସୁନ୍ଦର, ଦୀପକ ଚାହର, ୟୁଜବେନ୍ଦ୍ର ଚହଲ, ଖଲିଲ ଅହମଦ।

ବାଂଲାଦେଶ: ଲିଟନ ଦାସ, ମହମ୍ମଦ ନଇମ, ସୌମ୍ୟ ସରକାର, ମୁସଫିକ୍ୟୁର ରହିମ (ଓ୍ଵିକେଟକିପର), ମହମ୍ମଦୁଲ୍ଲା (ଅଧିନାୟକ), ଅଫିଫ ହୁସେନ, ମହମ୍ମଦ ମିଥୁନ, ଅମିନୁଲ ଇସ୍‌ଲାମ୍‌, ଶଫିଉଲ୍‌ ଇସ୍‌ଲାମ, ମୁସ୍ତାଫିଜୁର ରହମାନ୍‌, ଅମିନ୍‌ ହୁସେନ୍‌।

ସମ୍ବନ୍ଧିତ ଖବର