ପୁରୁଷ ଓ ମହିଳା କ୍ରିକେଟର୍‌ଙ୍କ ପାଇଁ ମ୍ୟାଚ୍‌ ଫି ସମାନ କଲା ବିସିସିଆଇ

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ପକ୍ଷରୁ ଗୁରୁବାର ଏକ ଐତିହାସିକ ନିଷ୍ପତ୍ତି ଶୁଣିବାକୁ ମିଳିଛି। ବୋର୍ଡ ଏକ ନୂଆ ନୀତି ଲାଗୁ କରି ଏବେ ମ୍ୟ‌ାଚ୍‌ ପାଇଁ ମହିଳା ଓ ପୁରୁଷଙ୍କ ଫି’ରେ କୌଣସି ପାର୍ଥକ୍ୟ ରହିବ ନାହିଁ ବୋଲି ସୂଚନା ଦେଇଛି। ଜାଣିବାକୁ ମିଳିଛି ‌ଯେ ଏବେ ଉଭୟ ପୁରୁଷ ଓ ମହିଳା କ୍ରିକେଟ୍‌ ଟିମ୍‌ର ଖେଳାଳିଙ୍କୁ ସମାନ ଫି ଦିଆଯିବ। ଏହି ଖବର ବିସିସିଆଇର ସଚିବ ଜୟ ଶାହ ଦେଇଛନ୍ତି।

ଏହି ଐତିହାସିକ ନିଷ୍ପତ୍ତିର ଘୋଷଣା ସୋସିଆଲ୍‌ ମିଡିଆରେ ଜରିଆରେ କରିଛନ୍ତି ଜୟ ଶାହ। ସେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଏହି ସୂଚନା ଦେଇ ଖୁସି ହେଲି ‌ଯେ ପୁରୁଷ ଓ ମହିଳା ମଧ୍ୟରେ ଥିବା ଭେଦଭାବକୁ ଦୂର କରିବାକୁ ବିସିସିଆଇ ଏକ ନିଷ୍ପତ୍ତି ନେଇଛି। ଆମେ ଆମର ଅନୁବନ୍ଧିତ ମହିଳାଙ୍କ ପାଇଁ ବେତନ ଇକୁଇଟି ପଲିସି ଲାଗୁ କରୁଛୁ।’

 

ଲିଙ୍ଗଭିତ୍ତିକ ସମାନତା ପାଇଁ ବିସିସିଆଇ ଏକ ନୂଆ ଯୁଗରେ ପ୍ରବେଶ କରୁଛି ବୋଲି ସେ କହିଛନ୍ତି। ଏହି ନୀତି ଅନୁସାରେ ଉଭୟ ମହିଳା ଓ ପୁରୁଷଙ୍କର ସମାନ ମ୍ୟାଚ୍‌ ଫି ରହିବ। ଏବେ ମହିଳାଙ୍କୁ ବି ପୁରୁଷଙ୍କ ସହ ସମାନ ମ୍ୟାଚ୍‌ ଫି ମିଳିବ ବୋଲି ସେ କହିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଟେଷ୍ଟ୍‌ କ୍ରିକେଟ୍‌ର ଗୋଟିଏ ମ୍ୟାଚ୍‌ ପାଇଁ ପୁରୁଷଙ୍କୁ ୧୫ ଲକ୍ଷ ଟଙ୍କା ମିଳୁଥିବା ବେଳେ ଦିନିକିଆ ଅନ୍ତର୍ଜାତୀୟରେ ଗୋଟାଏ ମ୍ୟାଚ୍‌ ପିଛା ୬ ଲକ୍ଷ ଟଙ୍କା ମିଳିଥାଏ।

 

ସମ୍ବନ୍ଧିତ ଖବର