ଶ୍ରେୟସ କେକେଆର୍‌ ଅଧିନାୟକ ମନୋନୀତ

କୋଲ୍‌କାତା : ଆଇପିଏଲ୍‌ର ଆଗାମୀ ପଞ୍ଚଦଶ ସଂସ୍କରଣ ପାଇଁ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଶ୍ରେୟସ ଆୟରଙ୍କୁ ତା’ର ନୂଆ ଅଧିନାୟକ ମନୋନୀତ କରିଛି। ଏନେଇ ଫ୍ରାଞ୍ଚାଇଜ୍‌ ବୁଧବାର ଆନୁଷ୍ଠାନିକ ଘୋଷଣା କରିଛି। ଆମେ ଶ୍ରେୟସଙ୍କୁ ନିଲାମରେ ସଫଳତାର ସହ କିଣିପାରିଥିବାରୁ ଖୁବ୍‌ ଆନନ୍ଦିତ। ତାଙ୍କୁ ମଧ୍ୟ ଦଳର ନେତୃତ୍ବ ଦାୟିତ୍ବ ତୁଲାଇବାର ସୁଯୋଗ ଦେଉଛୁ ବୋଲି କହିଛନ୍ତି କେକେଆର୍‌ ସିଇଓ ତଥା ପରିଚାଳନା ନିର୍ଦେଶକ ଭେଙ୍କି ମଇଶୁର। ଆନ୍ତର୍ଜାତିକସ୍ତରରେ ଜଣେ କ୍ବାଲିଟି ବ୍ୟାଟର୍‌ ଭାବେ ସେ ଆମ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ତାଙ୍କ ନେତୃତ୍ବରେ କେକେଆର୍‌ ଆଗାମୀ ସଂସ୍କରଣରେ ଆଗକୁ ବଢ଼ିପାରିବ ବୋଲି ଆମର ଦୃଢ଼ ବିଶ୍ବାସ ରହିଥିବା ମଧ୍ୟ ଭେଙ୍କି କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଗତ ୧୨ ଓ ୧୩ ତାରିଖ ଖେଳାଳି ନିଲାମର ପ୍ରଥମ ଦିବସରେ ହିଁ ଜୋର୍‌ଦାର ମୁକାବିଲା ମଧ୍ୟରେ କେକେଆର୍‌ ୧୨.୨୫ କୋଟି ଟଙ୍କା ମୂଲ୍ୟରେ ଶ୍ରେୟସଙ୍କୁ କିଣିଥିଲା। ଶ୍ରେୟସ ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିନାୟକ ରହିଥିଲେ। ଗତ ସଂସ୍କରଣରେ ଆହତ ଯୋଗୁଁ ତାଙ୍କ ବଦଳରେ ଋଷଭ ପନ୍ତ୍‌ ଦିଲ୍ଲୀର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର