ତୃତୀୟ ଭାଷା ପରୀକ୍ଷାରେ ୧୦୦ ଏମ୍‌ପି

ଭାଇରାଲ୍‌ ପ୍ରଶ୍ନପତ୍ର ଗତବର୍ଷର: ବୋର୍ଡ

କଟକ : ମାଟ୍ରିକ୍‌ ପରୀକ୍ଷାରେ ଏବେ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣା ବୋର୍ଡର ଚିନ୍ତା ବଢାଇ ଦେଇଛି। ଯେତେ କଟକଣା ଓ କାର୍ଯ୍ୟନୁଷ୍ଠାନ ନେଲେ ବି ଗୋଟିଏ ପରେ ଗୋଟିଏ କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହେବାରେ ଲାଗୁଛି। ବୁଧବାର ତୃତୀୟ ଭାଷା ହିନ୍ଦୀ/ସ˚ସ୍କୃତ ପରୀକ୍ଷା ହୋଇଥିଲାବେଳେ ଆଜି ବଲାଙ୍ଗୀର ସଇଁତଳାର ଏକ କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ଅଭିଭାବକ ମହଲାରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ବୋର୍ଡ ଏହି ଭାଇରାଲ୍‌ ଘଟଣାକୁ ଖଣ୍ତନ କରିଛି। ଏହି ପ୍ରଶ୍ନପତ୍ର ଗତବର୍ଷର ବୋଲି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ର˚ଜନ ମହାନ୍ତି ସୂଚନା ଦେଇଛନ୍ତି। ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ହେଉଥିବାବେଳେ କେତେକ ଖଳ ପ୍ରକୃତିର ଲୋକ ଏଥିରେ ବିଭ୍ରାଟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ତେଣୁ ପିଲାମାନେ ଓ ଅଭିଭାବକମାନେ ଏଥିରେ ପ୍ରଭାବିତ ନହୋଇ ପରୀକ୍ଷାରେ ମନଦେବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ତୃତୀୟ ଭାଷା ପରୀକ୍ଷାରେ ଏସ୍‌ଏଚ୍‌ସିରେ ୯୨ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ୮ଜଣ କପି କରି ମାଲପ୍ରାକ୍ଟିସ (ଏମ୍‌ପି) ହୋଇଛନ୍ତି।

ସମ୍ବନ୍ଧିତ ଖବର