୨ ଶିଶୁଙ୍କ ନାଁ ରହିଲା ‘ୟାସ୍‌’

ରାଜନଗର/ବାଲେଶ୍ବର : ବାତ୍ୟା ‘ୟାସ୍‌’ ଆସିଲା ଏବଂ ଚାଲିଗଲା। ତେବେ,‘ୟାସ୍‌’କୁ ମନେପକାଇବା ପାଇଁ ଏହି ନାଁ ଅନୁସାରେ ଦୁଇଜଣ ନବଜାତକଙ୍କ ନାମକରଣ କରାଯାଇଛି।

ଦୁହିଁଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ହରିଣପୋଖରୀ ଗାଁର ସୌମ୍ୟରଂଜନ ବୈରାଗୀଙ୍କ ପତ୍ନୀ ସରସ୍ବତୀଙ୍କ କୋଳମଣ୍ଡନ କରିଛନ୍ତି। ଗତକାଲି ବାତ୍ୟା ସମୟରେ ୪ଜଣ ମହିଳା ସନ୍ତାନ ଜନ୍ମ କରିଥି‌ଲେ। ତେବେ, ବାତ୍ୟା ସମୟରେ ଜନ୍ମ ହୋଇଥିବାରୁ ସୌମ୍ୟରଂଜନ ନିଜ ନବଜାତ କନ୍ୟା ନାଁ ‘ୟସ୍‌’ ରଖିଛନ୍ତି। ସେହିଭଳି, ବାଲେଶ୍ବର ସଦର ବ୍ଲକ୍‌ ପରଖି ଅଞ୍ଚଳର ବାଦଲ ମାଇତିଙ୍କ ପତ୍ନୀ ସୋନାଲି ମାଇତି ବୁଧବାର ସନ୍ଧ୍ୟାରେ ଏକ ପୁତ୍ର ସନ୍ତାନ ଜନ୍ମଦେଇଛନ୍ତି। ବାତ୍ୟା ସମୟରେ ଶିଶୁଟି ଜନ୍ମଲାଭ କରିଥିବାରୁ ପରିବାର ଲୋକ ତା’ର ନାଁ ’ୟାସ୍‌’ ବୋଲି ରଖିଛନ୍ତି। ଉଭୟ ଶିଶୁ ସୁସ୍ଥ ଅଛନ୍ତି।

ପ୍ରକାଶଥାଉକି, ବାତ୍ୟାକୁ ଦୃଷ୍ଟିରେ ରଖି ରାଜନଗରରେ ୪ ଜଣ ମହିଳା ସନ୍ତାନ ଜନ୍ମ କରିଥିବାବେଳେ ବାଲେଶ୍ବର ଓ ଭଦ୍ରକର ୯୧ଜଣ ନବଜାତକ ଜନ୍ମଲାଭ କରିଥିଲେ।

ସମ୍ବନ୍ଧିତ ଖବର