ଲଘୁଚାପଜନିତ ଲଗାଣ ବର୍ଷା: ୨ ଲକ୍ଷ ଲୋକ ପ୍ରଭାବିତ, ମୃତ୍ୟୁ ସଂଖ୍ୟା ୯

ଭୁବନେଶ୍ବର: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ୭ଟି ଜିଲ୍ଲାରେ ୨ ଲକ୍ଷ ୫ ହଜାର ୫୫୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏବେ ସୁଦ୍ଧା ୪୧ ହଜାର ୬୭୫ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବରଗଡ଼ ଓ କନ୍ଧମାଳ ଜିଲ୍ଲାରେ ୧୯ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ ୧୩୪ଟି ଗ୍ରାମ, ୬ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟା କ୍ଷତିଗ୍ରସ୍ତ ଏସବୁ ଜିଲ୍ଲାରେ ୧୦୯ଟି ଘର ଭାଙ୍ଗିଥିବା ବେଳେ ୧୧୫ଟି ସ୍ଥାନରେ ରିଲିଫ କ୍ୟାମ୍ପ କରାଯାଇ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି।ଏସଆରସିଙ୍କ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ବନ୍ୟା ଯୋଗୁଁ ଗତ ଜୁନ୍ ପହିଲାରୁ ଏବେ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ଘଟିଛି। ସେଥିରୁ କଳାହାଣ୍ଡି ଜିଲ୍ଲାରେ ସବାର୍ଧିକ ୩ ଜଣ, କନ୍ଧମାଳରେ ୨, କୋରାପୁଟରେ ଜଣେ, ମାଲକାନଗିରିରେ ୨ ଓ ନବରଙ୍ଗପୁରରେ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର