ଟଙ୍କା, ସୁନା ଲୁଟ୍‌; ୩ ଗିରଫ

ବଡ଼ବିଲ: ବଡ଼ବିଲ ଥାନା ପିଏଚଡି ଅଂଚଳ କାଳନ୍ଦୀ ସାହିରେ ରହୁଥିବା ଅଭୟ କୁମାର ମହାନ୍ତଙ୍କ ପରିବାର ଗାଁକୁ ଯାଇଥିବା ବେଳେ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଏକ ମଟର ସାଇକଲ, ନଗଦ ୧୦ ହଜାରରୁ ଅଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି।  ଅଭିଯୋଗ ପରେ ବଡ଼ବିଲ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ଚୋରି ମଟର ସାଇକଲକୁ ଉଦ୍ଧାର କରାଯାଇଛି।

ଗତ ୨ ତାରିଖରେ ଶ୍ରୀ ମହାନ୍ତ ଓ ତାଙ୍କ ସ୍ତ୍ରୀ ନନ୍ଦିନୀ ମହାନ୍ତ  ଝୁମ୍ପୁରା ଥାନା ଅନ୍ତର୍ଗତ କାଂଜିପାଣି ଗାଁକୁ  ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିଲେ। ୧୯ ତାରିଖରେ ଘରକୁ ଫେରିବାପରେ ଦେଖିବାକୁ ପାଇଥିଲେ ଯେ ତାଙ୍କ ଘରର ତାଲା ଭଙ୍ଗା ଯାଇ ଚୋରି ହୋଇଛି। ଏନେଇ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଛାନଭିନ୍ କରି ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବଡ଼ବିଲ ଥାନା ପିଏଚଡି ସ୍ଥିତ ଭଂଜକଲୋନି ଅଂଚଳର ଆଶିଷ କୁଲୁ(୧୯), ପ୍ରଦ୍ୟୁମ୍ନ ମହାନ୍ତ(୧୮) ଓ ଓମ୍ ମହାକୁଡ(୧୯)। ସେମାନଙ୍କୁ ଆଜି କ‌ୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର