ଗଡ଼ିବ ୯ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌: ଗ୍ରୀଷ୍ମକାଳୀନ ଭିଡ଼ ଏଡ଼ାଇବାକୁ ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ ଯାତ୍ରୀ ଭିଡ଼ ଏଡ଼ାଇବା ସହ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଅଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ହୋଇଛି। ଏଥିସହ ପୂର୍ବରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍‌ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏପ୍ରିଲରୁ ଜୁନ୍‌ ମାସ ଶେଷ ସୁଦ୍ଧା ପୁରୀ-ସାଲିମାର ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍, ପୁରୀ-ନିଜାମୁଦ୍ଦିନ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍, ମାଳତୀପାଟପୁର(ପୁରୀ)-ସାଲିମାର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍, ଭୁବନେଶ୍ୱର-ଯଶୋବନ୍ତପୁର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍, ବ୍ରହ୍ମପୁର-ସୁରଟ ସାପ୍ତାହିକ ଟ୍ରେନ୍, ସମ୍ବଲପୁର-ପୁଣେ ସାପ୍ତାହିକ ଟ୍ରେନ୍, ସମ୍ବଲପୁର-ଗୌହାଟି ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-କୋଲାମ ସ୍ୱତନ୍ତ୍ର ଟ୍ରେନ୍‌, ବିଶାଖାପାଟଣା-କୁର୍ନୁଲ୍ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ।

ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବାକୁ କିଛି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ସେବା ସମୟ ବୃଦ୍ଧି ହୋଇଛି। ଭୁବନେଶ୍ୱର-ଚେନ୍ନାଇ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍, ଭୁବନେଶ୍ୱର-ଧାନବାଦ ସ୍ୱତନ୍ତ୍ର ଟ୍ରେନ୍, ପୁରୀ-ଭଞ୍ଜପୁର(ବାରିପଦା) ସ୍ୱତନ୍ତ୍ର ଟ୍ରେନ୍, ପୁରୀ-ସାନ୍ତ୍ରାଗଛି ସ୍ୱତନ୍ତ୍ର ଟ୍ରେନ୍, ବ୍ରହ୍ମପୁର-ଏର୍ଣ୍ଣାକୁଲମ୍ ସାପ୍ତାହିକ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ୍(ଅଣସଂରକ୍ଷିତ), କଟକ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍‌, ବିଶାଖାପାଟଣା-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ୍‌, ବିଶାଖାପାଟଣା-ତିରୁପତି ସ୍ୱତନ୍ତ୍ର ଟ୍ରେନ୍‌, ବିଶାଖାପାଟଣା-ବେଙ୍ଗାଲୁରୁ ସ୍ପେସାଲ୍ ଟ୍ରେନ୍‌ ସେବା ବଢ଼ାଇ ଦିଆଯାଇଛି। ପ୍ରତି ଶନିବାର ପୁରୀରୁ ଓ ପ୍ରତି ରବିବାର ପାଟନାଠାରୁ ଚଳାଚଳ କରୁଥିବା ପୁରୀ-ପାଟଣା ସ୍ୱତନ୍ତ୍ର ଟ୍ରେନ୍(୦୮୪୩୯/୦୮୪୪୦) ଚଳାଚଳ ସମୟକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ପ୍ରତି ଗୁରୁବାର ପାଟଣାରୁ ଓ ପ୍ରତି ଶୁକ୍ରବାର ପୁରୀରୁ ଚଳାଚଳ କରୁଥିବା ପୁରୀ-ପାଟଣା ସ୍ୱତନ୍ତ୍ର ଟ୍ରେନ୍(୦୩୨୩୦/୦୩୨୨୯) ସେବା ଜୁଲାଇ ୨୬ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

ଉପରୋକ୍ତ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟତୀତ ଦେଶର ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ୧୩ ଯୋଡ଼ା ଦୂରଗାମୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଛି। ଏହି ଟ୍ରେନ୍‌ଗୁଡ଼ିକ ହେଉଛି ସିକନ୍ଦରାବାଦ-ଦିବ୍ରୁଗଡ଼-ସିକନ୍ଦରାବାଦ ସ୍ପେସାଲ, ସିକନ୍ଦରାବାଦ-ଅଗରତାଲା-ସିକନ୍ଦରାବାଦ ସ୍ପେସାଲ, ଚେନ୍ନାଇ-ସାନ୍ତ୍ରାଗାଚ୍ଛି-ଚେନ୍ନାଇ ସ୍ପେସାଲ୍‌, ନାଗେରକୋଏଲ-ଡିବ୍ରୁଗଡ-ନାଗେରକୋଏଲ ସ୍ପେସାଲ, କୋଚୁଭେଲି-ସାଲିମାର-କୋଚୁଭେଲି ସ୍ପେସାଲ, ବେଙ୍ଗାଲୁରୁ-ଖଡଗପୁର-ବେଙ୍ଗାଲୁରୁ ସ୍ପେସାଲ, ସାନ୍ତ୍ରାଗାଚ୍ଛି-ସିକନ୍ଦରାବାଦ-ସାନ୍ତ୍ରାଗଛି ସ୍ପେସାଲ, ସିକନ୍ଦରାବାଦ-ସାଲିମାର-ସିକନ୍ଦରାବାଦ ସ୍ପେସାଲ, ବେଙ୍ଗାଲୁରୁ-ମାଲଦା ଟାଉନ-ବେଙ୍ଗାଲୁରୁ ସ୍ପେସାଲ, ମହୀଶୂର-ମୁଜାଫରପୁର-ମହୀଶୂର ସ୍ପେସା‌ଲ, ନ୍ୟୁ ତିନସୁକିଆ-ବେଙ୍ଗାଲୁରୁ-ନ୍ୟୁ ତିନସୁକିଆ ସ୍ପେସାଲ ଓ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ।

ସମ୍ବନ୍ଧିତ ଖବର